


ଛତ୍ରପୁର (ସମୃଦ୍ଧ ଓଡିଶା) ଦୁଇଦିନ ଧରି ଚାଲିଥିବା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁର ରୌପ୍ୟ ଜୟନ୍ତୀ ଆଜି ଅନସ୍ଲୋ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଆଜିର କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସମ୍ମାନନୀୟ ଅତିଥି ଭାବରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାଏ, ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ସନାତନ ପଣ୍ଡା ଯୋଗ ଦେଇଥିଲା ବେଳେ ମୁଖ୍ୟବକ୍ତା ରୂପେ ଶିକ୍ଷା ବିକାଶ ସମିତି ଓଡ଼ିଶାର ସମ୍ପାଦକ ଡା ଲକ୍ଷ୍ମୀକାନ୍ତ ମହାରଣା ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ରଜନୀକାନ୍ତ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ପ୍ରଧାନଚାର୍ଯ୍ୟ ରବିନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ପରିଚାଳନା ସମିତିର ସମ୍ପାଦକ ଟି.ଭି କ୍ରିଷ୍ଣାୟା ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଉପସଭାପତି ପଦ୍ମଚରଣ ସାହୁ, କୋଷାଧ୍ୟକ୍ଷ ଏ. ରାବଣା ରାଓ, ସଦସ୍ୟା ଶ୍ରୀମତୀ ବିଜୟ ଲକ୍ଷ୍ମୀ ରଥ, ଶ୍ରୀମତୀ ସଂଯୁକ୍ତା ଦାଶ ସହଯୋଗ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ସଂଯୋଜନା କରିଥିବା ବେଳେ ସମସ୍ତ ଗୁରୁଜୀ ସହଯୋଗ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଛାତ୍ରଛାତ୍ରୀମାନଙ୍କୁ ତିନୋଟି ପ୍ରଶ୍ନ ପଚାରିଥିଲେ ଏବଂ ସବୁ ପ୍ରଶ୍ନର ଉତ୍ତର ଯିଏ ଦେଇପାରିବ ତାକୁ ୧୦ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି କହିଥିଲେ । ସେହି ପ୍ରଶ୍ନ ଗୁଡିକ ହେଲା ଓଁ ର ଅର୍ଥ କଣ, ଭାରତମାତା କହିଲେ କଣ ବୁଝ, ଝଲସି ଉଠୁଥିବା ଫୁଲକୁ ଦେଖି କଣ ବୁଝ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଛାତ୍ରୀ ସ୍ମୃତି ରୁପା ତ୍ରିପାଠୀ ଉତ୍ତର ଦେଇ ପାରି ଥିଲେ । ତେଣୁ ତାଙ୍କୁ ରାଜ୍ୟପାଳ ୧୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ । ଏହାସହ ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରି ସ୍ଥାନୀୟ ଅଞ୍ଚଳରେ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଶିଶୁମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା ବୋଲି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା









