

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ପାରଳାଖେମୁଣ୍ଡି ଠାରେ ଜେଜେବାପା ଜେଜେମାଆ ଓ ଅଜା ଆଈ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ମାର୍ଗଦର୍ଶକ ଦେବୀମଠର ମହନ୍ତ ପୂଜ୍ୟ ରାମାନନ୍ଦ ଦାସ ଜୀ ଉପସ୍ଥିତ ରହି ଘର ମୁଖ୍ୟ ଜେଜେବାପା ଜେଜେମାଆ ଓ ଅଜା ଆଈଙ୍କ ସ୍ଥାନ ବିଷୟରେ ନିଜ ବକ୍ତବ୍ୟରେ ରଖିଥିଲେ । ପରିଚାଳନା ସମିତିର ସଭ୍ୟ ଶ୍ରୀମତୀ ଆଶାଲତା ଆପ୍ପାନା ଜେଜେବାପା ଜେଜେମାଆ ଓ ଅଜା ଆଈଙ୍କ ଉପରେ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସଭାପତି ବିନୋଦ ଚନ୍ଦ୍ର ଜେନା ବିଷୟ ସମ୍ମିଳନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ଜେଜେବାପା ଜେଜେମାଆ ଓ ଅଜା ଆଈ ଯୋଗଦେଇ ପ୍ରଶ୍ନଉତ୍ତରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା


