
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ମଧ୍ୟାହ୍ନରେ ଜଳେଶ୍ୱର ନୂଆବଜାରସ୍ଥିତ ହାଇସ୍କୁଲ ଖେଳ ପଡିଆ ସମ୍ମୁଖରେ ସୁରଜ ଦେଙ୍କ ଘର ନିକଟରେ ଥିବା ରିଲାଏନ୍ସ କର୍ମାନୀର ଜିଓ ମୋବାଇଲ ଟାୱାରେ ଲାଗିଥିବା ଡିଜି ସର୍ଟସର୍କିଟରେ ଜଳି ଯାଇଥିବା ଜଣାପଡିଛି । ମୁଖ୍ୟ ରାସ୍ତା କଡରେ ଥିବା ଏହି ଡିଜିରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖି ଦମକଳ ବିଭାଗକୁ ଖବର ଦେଖିଥିଲେ । ବିଦ୍ୟୁତ୍ ବିଭାଗ ସଂଯୋଗ କାଟିବା ସହିତ ଦମକଳବାହିନୀ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । ସୂଚନାଯୋଗ୍ୟ ଏହି ଟାୱାର ପରିଧିରେ ହଜାର ହଜାର ଉପଭୋକ୍ତା ସେବା ପାଇବାରୁ ବଂଚିତ ହେବାର ସମ୍ଭାବନା ରହିଛି । ତେଣୁ ତତ୍କ୍ଷଣାତ୍ କମ୍ପାନୀ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।
ରିପୋର୍ଟ : ଭୂପତି ପରିଡା