

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବହୂମୂଖି ସଙ୍ଘ ତରଫରୁ ବ୍ରହ୍ମପୁର ସ୍ଥାନୀୟ ବିଜିପୁର ପ୍ରାଥମିକ ବିଦ୍ୟାଳୟରେ ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ, ଆଧୁନିକ ଭାରତର ନିର୍ମାତା ତଥା ଭାରତ ରତ୍ନ ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୬ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଙ୍ଘ ସଭାପତି ରାମ କୁମାର ପାତ୍ର, ବରିଷ୍ଠ ଆଇନଜୀବୀ ନିରଞ୍ଜନ ପାଣିଗ୍ରାହୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପ୍ରହଲ୍ଲାଦ ପାଣିଗ୍ରାହୀ, ବରିଷ୍ଠ ଶିକ୍ଷାବିତ୍ତ ରାଜେନ୍ଦ୍ର ପ୍ରସାଦ ପଣ୍ଡା, ସମାଜସେବି ଓ ପତିତପାବନ ସଙ୍ଘ ସଭାପତି ଅଶୋକ ନିମାଇଁ, ଭାରତୀୟ ଜନତା ପାର୍ଟି ଯୁବନେତା କିରଣ କୁମାର ସାହୁ, ମଧୁସୁଦନ ସାହୁ, କମଳ ପାତ୍ର, କେ. ରବି ରାଓ, ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଗଜେନ୍ଦ୍ର ଚୌଧୁରୀ, ରାଜେଶ କୁମାର ମାଝୀ, ଶରତ ନାୟକ, କାଳୀପ୍ରସାଦ ମହାଙ୍କୁଡ, ସନ୍ତୋଷ ପାତ୍ର, ସମୀର ନାୟକ, ସନ୍ତୋଷ ସାବତ, ଅଖିଳ ସାହୁ, ଗୌରୀ ମହାନ୍ତି, ମହେଶ୍ୱର ବାଡତ୍ୟା ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ପଟେଲଙ୍କ ଯିବନି ଉପରେ ଆଲୋଚନା କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

