ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁମୁଖି ସଂଘ ପକ୍ଷରୁ ଶନିବାର ଗେଟବଜାର ସ୍ଥିତ ଏନଜିଓ ହଲ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଅଟଳ ବିହାରୀ ବାଜପେୟିଙ୍କ ୯୭ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ପ୍ରଥମେ ସ୍ୱର୍ଗତ ବାଜପେୟୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦୀପପ୍ରଜ୍ବଳନ କରାଯାଇଥିଲା । ପରେ ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମତପ୍ରକାଶ ପାଇଥିଲା ସେ ଜଣେ ସୁ ସଂଗଠକ, ସୁ-ଶାସକ, ସୁ-କବି ଓ ସୁ-ସାମ୍ବାଦିକ ହୋଇଥିବାରୁ ସେହି ସମୟ ଠାରୁ ଭାରତର ପରିଚୟ ସାରା ବିଶ୍ୱରେ ଆଧିପତ୍ୟ ବିସ୍ତାର କରିଥିଲା । ଯାହାକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବଜାୟ ରଖିଛନ୍ତି । ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ବହୁମୁଖୀ ସଂଘର ସଭାପତି ରାମ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ପାଣିଗ୍ରାହୀ, ଗଙ୍ଗାଧର ଶତପଥୀ, ଆଇନଜୀବୀ ନିରଞ୍ଜନ ପାଣିଗ୍ରାହୀ, ଅଶୋକ ନିମାଇଁ, ରାଜେଶ ମାଝୀ, ରବି ରାଓ, ରାଜନ ରାଓ, ରାଜକିଶୋର ପାତ୍ର, ଭଗବାନ ଭୂୟାଁ, ମହେଶ୍ୱର ବାଡ଼ତ୍ୟା,ଗୌରୀ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନା ରେ ଭାଗ ନେଇଥିଲେ, ଏଥିରେ ସଂଘର ବହୁ କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା