ହିନ୍ଦୋଳ(ସମୃଦ୍ଧଓଡିଶା)ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବେଡାପଡା ମିନି ଷ୍ଟାଡିୟମରେ ଚାଲିଥିବା ୧୪ତମ ସର୍ବଭାରତୀୟ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣାମେଣ୍ଟରର ଦ୍ବିତୀୟ ସେମିଫାଇନାଲ ମ୍ୟାଚ ଛତିଶଗଡ଼ ଫରେଷ୍ଟ ଏକାଦଶ ଏବଂ ସାଇ ଏକାଦଶ ଭୂବନେଶ୍ବର ମଧ୍ୟରେ ଅନୁଷ୍ଠିତ ହୋଇ ଥିଲା । ଟସ୍ ଜିତି ଭୂବନେଶ୍ବର ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ କୋଡିଏ ଓଭର ମଧ୍ୟରେ ନଅ ୱିକେଟ ହରାଇ ୧୬୯ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଶୁଭମ ଶତ୍ରୁଜିତ ସର୍ବାଧିକ ୪୩ ରନ ସଂଗ୍ରହ କରିଥିଲେ । ଜବାବରେ ଛତିଶଗଡ଼ ଦଳ ୨୦ତମଓଭରର ଶେଷ ବଲରେ ଚୌକା ମାରି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚଟିକୁ ଜିତି ନେଇଥିଲା। । ଛତିଶଗଡ ଫରେଷ୍ଟର ଏକାଦଶ ଅଭିଜିତ୍ ସିଂ ସର୍ବାଧିକ ଅପରାଜିତ ୬୩ ରନ ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆଜିର ମ୍ୟାଚକୁ ସୋମନାଥ ସେଠୀ ଏବଂ ତ୍ରୀନାଥ ସାମନ୍ତ ପରିଚାଳନା କରିଥିବା ବେଳେ ପ୍ରଶାନ୍ତ ଦାସ ମ୍ୟାଚ ରେଫରୀ ରହିଥିଲେ , ସନ୍ଦିପ ପଣ୍ଡା ଧାରାବିବରଣୀ ପ୍ରଦାନ କରିଥିଲେ l ଅଜିତ ସାମଲ, ରାକେଶ ସାମଲ,ବାଦଲ ସାମଲ ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ମ୍ୟାଚ ଆୟୋଜନରେ ତପନ ପରିଡା, ବିକାଶ ସାମଲ, ଅଜିତ ସାମଲଙ୍କ ସହ ମା ଅନ୍ଧାରୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଆସନ୍ତା ରବିବାର ଦିନ ଫାଇନାଲ ମ୍ୟାଚ ରାଇଜିଙ୍ଗ ଷ୍ଟୁଡେଣ୍ଟ କଟକ ଏବଂ ଛତିଶଗଡ଼ ଫରେଷ୍ଟ ଟିମ ମଧ୍ୟରେ ଅନୁଷ୍ଠିତ ହେବ ।
ରିପୋର୍ଟ : ରଜତ ମହାପାତ୍ର