![ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ବିଶ୍ୱ ବ୍ରେଲ ଦିବସ ପାଳନ…](https://i0.wp.com/www.samrudhaodisha.com/wp-content/uploads/2019/01/WhatsApp-Image-2019-01-04-at-6.53.38-AM.jpeg?fit=1024%2C576&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/01/WhatsApp-Image-2019-01-04-at-6.53.39-AM.jpeg?resize=640%2C360&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/01/WhatsApp-Image-2019-01-04-at-6.53.39-AM-1.jpeg?resize=640%2C480&ssl=1)
ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ସର୍ବଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଗୋଷ୍ଠୀ ସାଧନ ଶିକ୍ଷକଙ୍କୁ ନେଇ ବିଶ୍ୱ ବ୍ରେଲ ଦିବସ ପାଳନ କରାଯାଇଛି । ଏଥିରେ ପ୍ରକଳ୍ପ ସଂଯୋଜିନା ବିନିତା ସେନାପତି ପୌରହିତ କରିଥିଲେ । ଲୁଇସ ବ୍ରେଲଙ୍କ ଜନ୍ମ ଦିବସକୁ ବିଶ୍ୱ ବ୍ରେଲ ଦିବସ ରୂପେ ପାଳନ କରାଯାଏ । ତାଙ୍କ ଜୀବନ କାହାଣୀ ଓ ବ୍ରେଲ ଭବ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଜିଲ୍ଲା ପ୍ରକଳ୍ପ ସଂଯୋଜିତ ବିନିତା ସେନାପତି ସଂପୂର୍ଣ୍ଣ ଦୃଷ୍ଟିବାଧିତ ସାଧନ କର୍ମୀ ସୂର୍ଯ୍ୟନାରାୟଣ ମହାନ୍ତିଙ୍କୁ ଏକ ବ୍ରେଲ ଦିନଲିପି ଉପହାର ଦେଇଥିଲେ । ଏହି ଅବସରରେ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଭିନ୍ନକ୍ଷମ ବିଭାଗର କାର୍ଯ୍ୟ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭିନ୍ନକ୍ଷମ ବିଭାଗର ସଂଯୋଜକ ତପନ କୁମାର ସାହୁ ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା