

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ନିର୍ବାଚନ ଅନୁଷ୍ଠିତହେବ । ଏଥି ସକାଶେ ଭୋଟର ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଜାନୁଆରୀ ୨୦୨୨ରେ ପ୍ରକାଶିତ ବିଧାନ ସଭା ଭୋଟର ତାଲିକାକୁ ଭିତ୍ତିକରି ପ୍ରାଥମିକ ଭୋଟର ତାଲିକା ଜିଲ୍ଲାର ବ୍ରହ୍ମପୁର ମହାନଗର ନିଗମ, ଜିଲ୍ଲାର ସମସ୍ତ ଅଧୀ ସୂଚିତ କ୍ଷେତ୍ର ପରିଷଦ/ପୌର ପରିଷଦ କାର୍ଯ୍ୟଳୟ, ସମସ୍ତ ୱାର୍ଡର ପ୍ରମୁଖ ସ୍ଥାନ ଗୁଡିକରେ ସର୍ବ ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଇଅଛି । ଏଥିନେଇ ଶୁକ୍ରବାର ଜିଲ୍ଲା ଓସ୍ୱାନ ଅଭାସି ବୈଠକ ଜରିଆରେ ସମସ୍ତ ରାଜନୈତିକ ଦଳଙ୍କ ପ୍ରତିନିଧି ମାନଙ୍କୁ ନେଇ ବୈଠକ ଆଗତ କରାଯାଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତା କରି ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଜଣାଇଥିଲେ ଯେ, ପ୍ରକାଶିତ ହୋଇଥିବା ଏହି ଭୋଟର ତାଲିକା ଯାଞ୍ଚକରି ଆପତ୍ତି ଅଭଯୋଗ ଦାଖଲ କରିବାକୁ ଜଣାଇଛନ୍ତି । ସମସ୍ତ ୱାର୍ଡର ପ୍ରମୁଖ ସ୍ଥାନ ଗୁଡିକରେ ପ୍ରଦର୍ଶିତ ହୋଇଥିବା ଏହି ତାଲିକା ଆଜି ତା ୧୦.୦୨.୨୦୨୨ ଠାରୁ ୧୫.୦୨.୨୦୨୨ ରିଖ ପଯ୍ୟନ୍ତ ସର୍ବସାାରଣଙ୍କ ଅବଗତି ନିମନ୍ତେ ଉନ୍ମୁକ୍ତ ରହିବ । ଭୋଟ ଦାତାଗଣ ସେମାନଙ୍କ ନାମ ସଂପୃକ୍ତ ୱାର୍ଡରେଠିକ୍ ଭାବେ ଭୋଟର ତାଲିକାଭୁକ୍ତ ହୋଇଛି କି ନାହିଁ ତନଖି କରିବାକୁ ଅନୁରୋଧ କରାଯାଇଛି । ଯଦି କୌଣସି ଭୋଟରଙ୍କ ନାମ ବିଧାନସଭା ଭୋଟର ତାଲକା ଭୁକ୍ତ ଥାଇ ୱାର୍ଡ ୱାରୀ ପ୍ରସ୍ତୁତ ହୋଇଥିବା ଅଧିସୁଚିତ କ୍ଷେତ୍ର ପରିଷଦ/ପୌର ପରିଷଦ ଭୋଟର ତାଲିକାରେ ସ୍ଥାନ ପାଇନଥାଏ ତେବେ ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ, ସଂଶୋଧନ କରିବା ପାଇଁ ସଂପୃକ୍ତ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ ଠାରେ ତା ୧୧.୦୨.୨୦୨୨ ଠାରୁ ୧୬.୦୨.୨୦୨୨ ରିଖ ମଧ୍ୟରେ ନିର୍ଦ୍ଧାରିତ ଫର୍ମ ପୂରଣ କରି ଦାଖଲ କରିପାରିବେ ଏବଂ ଯେଉଁମାନଙ୍କର ନାମ ଭୁଲ ୱାର୍ଡରେ ଅନ୍ତର୍ଭୁକ୍ତ ହୋଇଥିବ ସେମାନେ ମଧ୍ୟ ସଂଶୋଧନ ପାଇଁ ମଧ୍ୟ ଦାଖଲ କରିପାରିବେ ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚିଦାନନ୍ଦ ନାୟକ, ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କିର୍ତ୍ତି ୱାସନ୍, ଛତ୍ରପୁର ଉପଜିଲ୍ଲପାଳ ନୀଳମାଧବ ଭୋଇ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଡେପୁଟି କଲେକ୍ଟର ନିର୍ବାଚନ ପ୍ରମୋଦ କୁମାର ବେହେରା, ସମସ୍ତ ରାଜନୈତିକ ଦଳର ପ୍ରତିନିଧିଗଣ ବିଭିନ୍ନ ବ୍ଲକରେ ରହି ଉପସ୍ଥିତ ଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
