ସହାୟିକା ନିଯୁନ୍ତିରେ ଚଞ୍ଚକତା : ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ…

ଜଳେଶ୍ୱର (ସମୃଦ୍ଧଓଡିଶା)ଜଳେଶ୍ୱର ବ୍ଲକର ରାଇବଣିଆଥାନା ଅନ୍ତର୍ଗତ ବ୍ରହ୍ମାପୁର ବସ୍ତି-୩ ଅଙ୍ଗନୱାଡି ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ବ୍ରହ୍ମାପୁର ଅଙ୍ଗନୱାଡି-୩ କେନ୍ଦ୍ରରର ସହାୟିକା ଚୟନ ନିମନ୍ତେ ଗତ ୨୭-୪-୨୦୧୭ ଦରଖାସ୍ତ ଆହ୍ୱାନ କରାଯାଇଥିଲା ଏଥିରେ ୨ଜଣ ପ୍ରାର୍ଥୀନୀ ଆବେଦନ କରିଥିଲେ । ଏଥିରେ ସେକ୍ ଆଜାଦ୍ଙ୍କ ସ୍ତ୍ରୀ ସାନୁଆରା ବିବି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରି ନ ଥିଲେ । ଏ ସଂପର୍କରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଉପଜିଲାପାଳ କିମ୍ବା ବ୍ଲକ ସ୍ତରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏହି ପ୍ରାର୍ଥିନୀଙ୍କୁ ଚୟନ କରାଯାଇଥିବାରୁ ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ବିରୋଧ କରାଯାଇଛି । ଏପରି ନିଯୁକ୍ତିକୁ ସ୍ଥଗିତ ରଖିବାରୁ ବାଲେଶ୍ୱର ଉପଜିଲାପାଳ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଗ୍ରାମର ସାଦତ୍ ଖାଁ, ତାସି ଖାଁ, ସେତାର ଖଶଁ ପ୍ରମୁଖ ଲିଖିତଭାବେ ଜଣାଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା