ସହିଦ୍ ଭଗତ୍ସିଂଙ୍କର ୭୮ତମ ବଳିଦାନ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ୱାଧିନତା ସଂଗ୍ରାମୀ ସହିଦ୍ ଭଗତ୍ସିଂଙ୍କର ୭୮ ତମ ବଳିଦାନ ଦିବସ ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋବରଘଟ୍ଟା ପଞ୍ଚାୟତର ଅଗ୍ରୱାଲା ଛକଠାରେ ଅନୁଷ୍ଠିତ ହୋଇ ଯାଇଛି । ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରପଂଚ ବୁଦେ୍ଧଶ୍ୱର ପ୍ରଧାନ, ପୂର୍ବତନ ସରପଂଚ ସୁଦାମ ପାତ୍ର, ଲିଆଫିର ସଭାପତି ଭାସ୍କର ମିଶ୍ର, ଉଦିତ୍ ଗିରି ପ୍ରମୁଖ ଭଗତ୍ ସିଂ ଆଜିବି ଯୁବ ସମାଜ ମଧ୍ୟରେ ଆଲୋକବତ୍ତିକା ହୋଇ ରହିଛନ୍ତି । ତାଙ୍କ ଚିନ୍ତା ଚେତନାରେ ଗୋରା ଲୋକମାନେ ଆମ ଦେଶଛାଡି ଗଲାପରେ କେବଳ ଆମ କଳା ଲୋକମାନେ ଶାସନ କରିବେ ତାହା ନୁହେଁ, ଦେଶରୁ ଧନୀ ଦରିଦ୍ର ପ୍ରଭେଦ ଦୂର, ଅର୍ଥନୈତିକ ସ୍ୱାଧିନତା ଆସିବ, ଦୁର୍ନିତୀ କଳାବଜାର ହ୍ରାସ ପାଇବ ଇଦ୍ୟାଦି ସଂପର୍କରେ କହିଥିଲେ । ଭଗତ୍ ସିଂଙ୍କ ପ୍ରତିମୂର୍ତ୍ତରେ ଉପସ୍ଥିତ ଜନସାଧାରଣ ମାଲ୍ୟାର୍ପଣ କରିଥିବା ବେଳେ ନରେନ୍ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା