ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସ୍ୱାମୀ ମୁକୁନ୍ଦାନନ୍ଦଜୀଙ୍କ ପ୍ରେରଣାରେ ଚାଲୁଥିବା ଵାଲ ମୁକୁନ୍ଦ କେନ୍ଦ୍ର ତରଫରୁ ‘ସଂକଳ୍ପ’ କାର୍ଯ୍ୟକ୍ରମ ଶ୍ରୀ ରସିକରାଜ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ ଜଗନ୍ନାଥ ମିଶ୍ର ଯୋଗଦେଇ ସାକ୍ଷର ଓ ସ୍ୱଚ୍ଛ ଭାରତ ବିଷୟଟିକୁ ଗଳ୍ପ ମାଧ୍ୟମରେ କରିଥିଲେ । ସମ୍ମାନିତ ଅତିଥି କୃଷକ ସଂଘର ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକ ସବୁଜ ଭାରତରେ କୃଷକର ଭୂମିକା ବିଷୟରେ କହିଥିଲେ । ଅନ୍ୟତମ ଅତିଥି ଗୁରୁଶ୍ରୀ ନୃସିଂହ ପ୍ରସାଦ ପାଢ଼ୀ ଯୋଗଦେଇ ଗୀତ ଶିକ୍ଷାଦାନ ବେଳେ କୁନା ବାବୁ ହଳଧର ସହଯୋଗ କରିଥିଲେ । ଯୋଗଗୁରୁ ଲକ୍ଷ୍ମୀ ଚରଣ ଯୋଗାସନ ଶିଖାଇଲାବେଳେ ଗୌରୀଶଙ୍କର ମହାରଣା ସହଯୋଗ କରିଥିଲେ । ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ତାଙ୍କରି ଛୋଟ କବିତା ତଥା ଜଗତଗୁରୁ କୃପାଳୁ ମହାରାଜଙ୍କର ଦର୍ଶନରୁ ଆଧାରିତ ସଂକଳ୍ପ ଉପସ୍ଥାପନା କରି ସାକ୍ଷର, ସ୍ୱଚ୍ଛ ଏବଂ ସବୁଜ ଭାରତର ସ୍ୱପ୍ନ ସାକାର ପାଇଁ ସଂକଳ୍ପବଦ୍ଧ ପିଲାମାନଙ୍କୁ କରାଇଥିଲେ . ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତ ଓ ଇଂରାଜୀ ସମ୍ଭାଷଣ ଏବଂ ଚିତ୍ରାଙ୍କନ ଶିକ୍ଷା ମୁରଲୀଧର ପରିଚ୍ଛା ପରିଚାଳନା କରିଥିଲା ବେଳେ ବାସନ୍ତୀ ଚୋୖଧୁରୀ ସହଯୋଗ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା