ସାତପେଣ୍ଠ ଗୋପାଳପୁର ପଞ୍ଚାୟତରେ ସତରଞ୍ଜି ବୈଠକ:ଉପ ଜିଲ୍ଲାପାଳଙ୍କ ଦ୍ୱାରା ଶୁଭାରମ୍ଭ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ଦ୍ଵାରା ପଞ୍ଚାୟତ ବିକାଶକୁ ପରଖିବା ଉଦ୍ଦେଶ୍ୟ ନେଇ ଏକ ଅଭିନବ ଯୋଜନା କ୍ରମରେ ପଞ୍ଚାୟତ ସ୍ତରରେ ସତରଞ୍ଜି ବୈଠକରେ ଅୟୋଜନକୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମରେ ଆଜି ସାନଖେମୁଣ୍ଡି ବ୍ଲକ ସାତପେଣ୍ଠ ଗୋପାଳପୁର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । ସୀମିତ ସମୟରେ ଜରୁରୀକାଳୀନ ଭିତ୍ତିରେ ଆଜି ସଂଧ୍ୟା ୬.୩୦ରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବଙ୍କ ଦ୍ଵାରା ଶୁଭାରମ୍ଭ କରାଯିବା ସହ ପଞ୍ଚାୟତ ଅଧିକାରୀଙ୍କ ସାଧାରଣ ସୁବିଧା ଓ ଅସୁବିଧାକୁ ଲିପିବଦ୍ଧ କରିଥିଲେ । ସରକାରଙ୍କ ଧାର୍ଯ୍ୟ ଫଳପ୍ରସ୍ଥ ଯୋଜନା ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ଜନିତ କାର୍ଯ୍ୟକାରିତା, ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନା, ଗ୍ରାମ୍ୟ ପରିମଳ ପରିଚ୍ଛନ୍ନତା ତଥା ମୋ ପାଇଖାନା ଏବଂ ପାନୀୟ ଜଳ ଯୋଜନା ଅନ୍ତର୍ଗତରେ ପଞ୍ଚାୟତରେ ହେଉଥିବା କାର୍ଯ୍ୟାବଳୀ ଓ ଏହାର ଅନିୟମିତତାକୁ ଉପସ୍ଥିତ ଅଧିକାରୀଙ୍କ ଦ୍ଵାରା ତର୍ଜମା କରାଯିବା ସହିତ କାର୍ଯ୍ୟ ସଂପଦନରେ ଉପୁଜିଥିବା ବାଧା ସମ୍ବନ୍ଧରେ ଗ୍ରାମ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ବିଡ଼ିଓ ଗାୟତ୍ରୀ ଦତ୍ତନାୟକ ସରକାରଙ୍କ ଦ୍ଵାରା ହିତାଧିକାରୀଙ୍କୁ ଦିଆଯାଉଥିବା ଯୋଜନା ପାଇଁ ସର୍ବନିମ୍ନ ଯୋଗ୍ୟତାର ମାପକାଠିକୁ ସର୍ବ ସାଧାରଣରେ ବର୍ଣ୍ଣନା କରିବା ସହିତ ସାମାଜିକ ସୁରକ୍ଷା ଯୋଜନା, ମୋ କୁଡିଆ, ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ ପରିଚାଳନା ଗତ ସମସ୍ୟା ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଗାଣ ଯୋଜନାକୁ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ନିରାକାର୍ ପ୍ରଧାନ, ବ୍ଲକ ସହକାରୀଯନ୍ତ୍ରୀ, ଯୋଗାଣ ଅଧିକାରୀ, ସହକାରୀ ପ୍ରୋଗ୍ରାମ ଅଧିକାରୀ, ବ୍ଲକ ପ୍ରାଣୀ ସଂପଦ ଅଧିକାରୀ, ପାନୀୟ ଜଳ ଯୋଗାଣ ଯନ୍ତ୍ରୀଙ୍କ ସହିତ ସମସ୍ତ ଅଙ୍ଗନବାଡ଼ି କର୍ମୀ ସଂପୃକ୍ତ ସୁପରଭାଇଜର ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା