ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆସନ୍ତା ସାଧାରଣତନ୍ତ୍ର ଦିବସରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ । ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ୨୦ଟି ସ୍ଥାନରେ ମନ୍ତ୍ରୀମାନେ କରିବେ ପାତାକା ଉତ୍ତୋଳନ କରିବା ବେଳେ କିଛି ସ୍ଥାନରେ ସ୍ଥାନୀୟ ଆର୍ଡିସି ଓ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବା କାର୍ଯ୍ୟକ୍ରମ ରହିଛି । ଜାଣନ୍ତୁ କେଉଁଠି କିଏ କରିବେ ପତାକା ଉତ୍ତୋଳନ ।
କଟକ: ମନ୍ତ୍ରୀ ନିରଞ୍ଜନ ପୂଜାରୀ
ସୁବର୍ଣ୍ଣପୁର: ମନ୍ତ୍ରୀ ବିକ୍ରମ କେଶରୀ ଆରୋଖ
ସୁନ୍ଦରଗଡ଼: ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ
ସମ୍ୱଲପୁର: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କେନ୍ଦୁଝର: ମନ୍ତ୍ରୀ ପଦ୍ମନାଭ ବେହେରା
ପୁରୀ: ମନ୍ତ୍ରୀ ପ୍ରତାପ ଜେନା
ଗଞ୍ଜାମ: ମନ୍ତ୍ରୀ ଅରୁଣ କୁମାର ସାହୁ
ବାଲେଶ୍ୱର: ମନ୍ତ୍ରୀ ସୁଦାମ ମାରାଣ୍ଡି
ଅନୁଗୋଳ: ମନ୍ତ୍ରୀ ସୁଶାନ୍ତ ସିଂହ
କଳାହାଣ୍ଡି: ମନ୍ତ୍ରୀ ନବ ଦାସ
ରାୟଗଡ଼ା: ମନ୍ତ୍ରୀ ଟୁକୁନି ସାହୁ
ଜଗତସିଂହପୁର: ମନ୍ତ୍ରୀ ଜଗନ୍ନାଥ ସାରକା
ଯାଜପୁର: ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର
ଢେଙ୍କାନାଳ: ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା
ନୟାଗଡ଼: ମନ୍ତ୍ରୀ ସମୀର ରଞ୍ଜନ ଦାଶ
ବଲାଙ୍ଗିର: ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ନବରଙ୍ଗପୁର: ମନ୍ତ୍ରୀ ପ୍ରେମାନନ୍ଦ ନାୟକ
ମୟୂରଭଞ୍ଜ: ମନ୍ତ୍ରୀ ରଘୁନନ୍ଦନ ଦାସ
ଗଜପତି: ମନ୍ତ୍ରୀ ପଦ୍ମିନୀ ଦିଆନ୍
ମାଲକାନଗିରି: ମନ୍ତ୍ରୀ ତୁଷାରକାନ୍ତି ବେହେରା
ସେହିପରି ବ୍ରହ୍ମପୁର ଓ ରାଉରକେଲାରେ ସେଠାକାର ଆର୍ଡିସିମାନେ ପତାକା ଉତ୍ତୋଳନ କରିବେ ଏବଂ ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କନ୍ଧମାଳ ଓ କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ନୂଆପଡାରେ ଜିଲ୍ଲାପାଳମାନେ ପାତାକା ଉତ୍ତୋଳନ କରିବେ ।