ସାଧାରଣ ନିର୍ବାଚନ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଜିଲ୍ଲାପାଳ ବାର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ପରିଚାଳନା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ତୃତୀୟ ସ୍ତର ପୁଲିଂ ଅଫିସରଙ୍କ ଟ୍ରେନିଂ ବର୍ତ୍ତମାନ ଚାଲିଛି ଗତକାଲି ଠାରୁ ପ୍ରତ୍ୟେକ ବୁଥରେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଦୁଇଦିନ ପୂର୍ବରୁ ଏହି ବୁଥ ଗୁଡିକୁ ପୁଲିଂ ପାର୍ଟି ଯିବେ । ଯେଉଁ ସବୁ ବୁଥରେ ବିଦ୍ୟୁତ ସଂଯୋଗ ନାହିଁ ସେଠାରେ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଦିଆଯାଇଛି । ଜିଲ୍ଲାର ୩୦୬୩ ବୁଥ ନିମନ୍ତେ ୨୩୨୪ ଲୋକେସନରେ ହ୍ୟୁଇଲ ଚେୟାର ବ୍ୟବସ୍ଥା କରାଯାଇଛି । ପୁଲିଂ ପାର୍ଟି ମାନଙ୍କୁ ବ୍ରହ୍ମପୁର ଓ ଛତ୍ରପୁର ଠାରୁ ନିଜର ପୁଲିଂ ମେଟ୍ରିଏଲ ସଂଗ୍ରହ କରି ନିଜ ନିଜ ବୁଥକୁ ଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁର ଠାରେ ବିଏମସି କମିଶନର ନୋଡଲ ଅଫିସର ଏବଂ ଛତ୍ରପୁର ଠାରେ ଏଡ଼ିଏମ ଜେନେରାଲ ନୋଡାଲ ଅଫିସର ଅଛନ୍ତି । ଏହି ଦୁଇଟି ବିତରଣ କେନ୍ଦ୍ରରେ ପଲିଥିନ ବ୍ୟବହାର ନିମନ୍ତେ ବାରଣ କରାଯାଇଛି । ପୁଲିଂ ଅଫିସର ମାନଙ୍କୁ ବସ, ବୋଲର, ଟାଟା ଏସି, ଟାଟା ମ୍ୟାଜିକରେ ସେମାନଙ୍କୁ ବୁଥକୁ ଯିବେ । ଏହି ସବୁ ବୁଥରେ ପୋଲିସ ନିଯୁକ୍ତି ଉପରେ ପ୍ଲାନିଂ ଚାଲିଛି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା