ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ରାଇବଣିଆ ସ୍ଥିତ ତେଘରୀ ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨ଦିନ ଧରି ଚାଲିଥିବା ଛାତ୍ରୀ ଆତ୍ମରକ୍ଷା ଶିବିର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉଦଯାପନୀ ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ସୁଧିର କୁମାର କର ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଅଧ୍ୟାପକ ସରୋଜ ରଂଜନ ସେନାପତି, ଶୁଧାଂଶୁ ଶେଖର ପ୍ରଧାନ, ଫକୀର ମୋହନ କର, ରାମଶଙ୍କର ଦାସ, ପ୍ରଭାକର ବଲ୍ଲଭ ଗୋସ୍ୱାମୀ ଏବଂ ଶିବିରର ଟ୍ରେନର ଦେବଜାନୀ ପ୍ରଧାନ ପ୍ରମୁଖ ଯୋଗଦେଇ ଶିବିରର ଉଦ୍ଦେଶ୍ୟ ତଥା ଛାତ୍ରୀମାନଙ୍କୁ ଦିଆଯାଉ ଥିବା ଆତ୍ମରକ୍ଷା କୈାଶଳର ଉପଯୋଗିତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଶିବିରର ସଂଯୋଜକ ପ୍ରାଧ୍ୟାପକ ତନୁଜ କୁମାର ହୁଇ ୧୨ ଦିନ ଧରି ଛାତ୍ରୀମାନଙ୍କୁ ଦିଆଯାଇଥିବା କୈାଶଳ କାର୍ଯ୍ୟକ୍ରମକୁ କିପରି ପରିଚାଳନା କରିଥିଲେ ତଥାଛାତ୍ରୀ ମାନଙ୍କର ଶିକ୍ଷା ପ୍ରତି ଥିବା ଆଗ୍ରହ ବିଷୟରେ ବକ୍ତବ୍ୟ ଦେଇଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହିଶିବିରରେ ୮୬ଜଣ ଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ଅତିଥି ମାନଙ୍କ ଦ୍ୱାରା ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଅଣ ଶିକ୍ଷକ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା