ସାନଖେମୁଣ୍ଡିରେ କଂଗ୍ରେସର ମହାସମାବେଶ: ପିସିସି ସଭାପତି କହିଲେ ୫ ଘଣ୍ଟାରେ ଛାଡହେବ କୃଷି ୠଣ…

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ବିଜେଡି ସରକାର ସମୟରେ ଗଣ ବଳାତ୍କାର ବଢି ଚାଲିଛି । ରାଜ୍ୟରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସରକାରଙ୍କ କାଳିଆ ଯୋଜନା କେବଳ ଧୂଆଁବାଣ । ଏହାଦ୍ୱାରା କେହି ଉପକୃତ ହେବେ ନାହିଁ । ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ୫ଘଣ୍ଟା ମଧ୍ୟରେ ଋଣ ଛାଡ଼ ହେବ ବୋଲି ପିସିସିି ସଭାପତ ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଗଞ୍ଜାମ ଜିଲ୍ଲାର ସାନଖେମଣ୍ଡି ବ୍ଲକର ଜିଉରା ସାମନ୍ତରାପୁର ଠାରେ ଆୟୋଜିତ କଂଗ୍ରେସ ମହାସମାବେଶରେ ଉଦବୋଧନ ଦେଇ ଶ୍ରୀ ପଟ୍ଟନାୟକ କହଥିିଲେ ଯେ, ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନର ଭିତ୍ତିଭୂମି ଥିଲେ ମଧ୍ୟ ଶିଳ୍ପ ପ୍ରତିଷ୍ଠା ହୋଇପାରୁନାହିଁ । ଗଞ୍ଜାମରୁ ପ୍ରତନିଧିତ୍ୱ କରୁଥିବା ମଖ୍ୟୁମନ୍ତ୍ରୀ ନବୀନ ପଟ୍ଟନାୟକ ସୁରତ ଯାଇ ସଭା କରୁଛନ୍ତି । ରାଜ୍ୟରେ ଚାକିରି ନାହିଁ ।ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରୁ ଯୁବକମାନେ ଦାଦନ ଖଟିବାକୁ ଯାଉଛନ୍ତି । ବିଜୁ ଯୁବବାହିନୀ ଗଠନ କରି ଯୁବକଙ୍କୁ ଗୁଣ୍ଡାଗିରି ଶିଖାଉଛନ୍ତି । ସରକାରଙ୍କ କାଳିଆ ଯୋଜନାରେ ଚାଷୀ ଉପକୃତ ହୋଇପାରିବେ ନାହିଁ । କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସୁଦୃଢ ହେବ । ପ୍ରତ୍ୟେକ ଚାଷୀଙ୍କୁ ସୋଲାର ପମ୍ପ ଦିଆଯିବ । ଚାଷୀ ହସିଲେ ଓଡ଼ିଶା ହସିବ ଏବଂ କଂଗ୍ରେସ ଉଠିବ ବୋଲି ପିସିସି ସଭାପତି କହିଥିଲେ । କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ନିଜ ବକ୍ତବ୍ୟରେ ବିଜେଡି ସରକାର ଦୁର୍ଦୀନିଗସ୍ତ । ଗତ ୧୮ବର୍ଷ ଧରି ଦିନ ଦ୍ଵିପ୍ରହରରେ ଲୁଟତରାଜ ଚାଲଛି । ଲୋକଙ୍କୁ ସୁଶାସନ ଦେବା ବଦଳରେ ବିଜେଡି କୁଶାସନ ଦେଇଛି । ବିଜୁ ଯୁବବାହିନୀ ଗଠନ କରି ଲୋକଙ୍କୁ ମାଡ଼ ମାରୁଛି । ବିଭିନ୍ନ ପ୍ରତିଶ୍ରୁତି ଦେଇ ବିଜେଡି ସରକାର ଲୋକଙ୍କୁ ଭୂଆଁ ବୁଲାଉଛି । ଆଗାମୀ ସାଧାରଣ ନିର୍ବାଚନରେ ଏ ସରକାରଙ୍କୁ ଉପାଡି ଫୋପାଡ଼ିଦେବା ପାଇଁ ଶ୍ରୀ ବାହିନୀପତି ଆହ୍ୱାନ ଦେଇଥିଲେ । ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶଚନ୍ଦ୍ର ଜେନା ସଭାରେ ଉଦବୋଧନ ଦେଇ ସେ ସର୍ବଦା ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇଛନ୍ତି । ବିଜେଡି ପୋଲିସ ଲଗାଇ ମିଥ୍ୟାରେ ମୋ’ ନାଁରେ କେଶ୍ ଦେଇଛି । ଭୋକରେ ତାଟିଆ କାମୁଡିବା ଭଳି ବିଜେଡି ଲୋକଙ୍କୁ ଭୟଭୀତ କରାଇ ଦଳରେ ସାମିଲ କରୁଛି । ଆଗାମୀ ନିର୍ବାଚନରେ ଭୟଭୀତ ନ ହୋଇ କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିବାକୁ ସେ କର୍ମୀଙ୍କୁ ଆହ୍ୱାନ କରଥିିଲେ । ସ୍ୱର୍ଗତ ତ୍ରିନାଥ ଜେନା, ରଙ୍କରତ୍ନ ଖୁଣ୍ଟିଆଙ୍କ ସ୍ମୃତିଚାରଣ ସଭା ଅବସରରେ ଆୟୋଜିତ କଂଗ୍ରେସ ସମାବେଶରେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଚରଣ ପାତ୍ର ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିରୁପତି ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଶୁଭେନ୍ଦୁ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୀପକ ପଟ୍ଟନାୟକ, ସାକ୍କା ସୁଜିତ, ସନ୍ତୋଷ କୁମାର ନାୟକ, ଜିଲ୍ଲା ସମ୍ପାଦକ ମନୋଜ ଜେନା, ବିଜୟ ଚନ୍ଦ୍ର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏ. ଜୟରାମ ଦୋରା, ଯୁବ କଂଗ୍ରେସ ସଭାପତି ତଥା ମିଡ଼ିଆ ସଂଯୋଜକ ଚିନ୍ମୟ ହୋତା, ସୀମାଞ୍ଚଳ ଗୌଡ଼, ବାଉରୀବନ୍ଧୁ ପ୍ରଧାନ ମଞ୍ଚାସୀନ ଥିଲେ । ପାଟପୁର ଡାକ ବଙ୍ଗଳାଠାରୁ ଏକ ବିରାଟ ବାଇକ ରାଲିରେ ପିସିସି ସଭାପତିଙ୍କୁ ସଭାସ୍ଥଳକୁ ଅଣାଯାଇଥିଲା । ସଭାରେ ବିପୁଳ ଜନସମାଗମ ହୋଇଥିଲା । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ କଂଗ୍ରେସର ଏହ ମହାସମାବେଶ ଚର୍ଚ୍ଚାର ବିଷୟ ହୋଇଛି । ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ, ପାଟପୁର ଥାନା ଅଧିକାରୀ ରମେଶ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସଭାସ୍ଥଳରେ ୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା