

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡି ଗାଁରେ ତେଲେଙ୍ଗାନା ପୋଲିସକୁ ମାଡ଼ ସହ ଦୁଇ ଗାଡି ଭଙ୍ଗା ରୁଜା କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଡେଙ୍ଗାଡିର ଯୁବକ ଜଣଙ୍କ ନାଁରେ ଚୋରି କେସ ଥିବାବେଳେ । ଉକ୍ତ ଯୁବକକୁ ଗିରଫ କରିବା ପାଇଁ ତେଲେଙ୍ଗାନା ପୋଲିସ ଆସିଥିଲେ ଏବଂ ସେମାନେ ଘରେ ତଦନ୍ତ କରୁଥିବା ସମୟରେ ଗାଁ ଲୋକ ସାଧା ପୋଷାକ ଧାରୀ ତେଲେଙ୍ଗାନା ପୋଲିସକୁ ଚୋର ଭାବି ନିର୍ଧୁମ ମାଡ଼ ମାରି ଥିଲେ । ଏହି ଖବର ପାଇ ଘଟଣା ସ୍ଥଳରେ ପାଟପୁର ପୋଲିସ ପହଞ୍ଚି ତେଲେଙ୍ଗାନା ପୋଲିସକୁ ଉର୍ଦ୍ଧାର କରିବା ସହ ଆଡପଡା ମେଡିକାଲରେ ଚିକିତ୍ସା କରିବା ପାଇଁ ଭର୍ତ୍ତି କରିଥିଲେ । ଏହାପରେ ଅପରାଧୀକୁ ପୋଲିସ ଘରୁ ଉଠାଇନେଇ ତଦନ୍ତ ଚଳାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
