

ସାନଖେମୁଣ୍ଡି(ସମୃଦ୍ଧ ଓଡିଶା)ସାନଖେମୁଣ୍ଡି ବ୍ଲକରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ସମେତ ଜିଲ୍ଲାପରିଷଦ ଅଧ୍ୟକ୍ଷ ସୁବାଷ ବେହେରା ଓ ସାନଖେମୁଣ୍ଡି ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ଯୋଗ ଦେଇଥିଲେ । ସମସ୍ତ ପଞ୍ଚାୟତର ତିତିଲିରେ ନଷ୍ଟ କ୍ଷୟକ୍ଷତିର ଆକଳନ କରିଥିଲେ । ରାଜ୍ୟସରକାର ଯୋଗାଇଦେଉଥିବା ସମସ୍ତ ସାହାର୍ଯ୍ୟ ସୁବିଧା ଖୁବଶୀଘ୍ର ପହଞ୍ଚିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିରେ ସାନଖେମୁଣ୍ଡି ବ୍ଲକଅଧ୍ୟକ୍ଷ, ଉପାଧ୍ୟକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ଜିଲ୍ଲାପରିଷଦ ସଦସ୍ୟ, ସମିତିସଭ୍ୟ, ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା