

ପୁରୀ (ସମୃଦ୍ଧ ଓଡିଶା) ବାତ୍ୟା ଫନି ଯାହା ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି କରାଯାଇଛି, ସାପୋରଜି ପାଲୋଞ୍ଜି ଗ୍ରୁପ ପୁରୀର ଲୋକମାନଙ୍କ ପାଖରେ ପହଞ୍ଚିଛି ଯେଉଁମାନେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ସେମାନଙ୍କ ଜୀବିକା ହରାଇଛନ୍ତି । ଗ୍ରୁପର ସଦସ୍ୟମାନେ ପୁରୀ ସଦର ବ୍ଲକର ଗଣ୍ଡମୁଣ୍ଡା ଭୋଇ ଓ ବିଲ ଭୋଇ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିଛନ୍ତି ଏବଂ ପ୍ରଭାବିତ ପରିବାରର ଲୋକମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହି କୀଟରେ ବିଭିନ୍ନ ପ୍ରକାରର ରହଣି ସାମଗ୍ରୀ ଯଥା ଟାରପଲୀନ ଏବଂ ଦୌଡ଼ି, ଗୃହୋପକରଣ କିଟ ଯଥା ପ୍ଲେଟ, ଟମ୍ବଲର, ଶୋଇବା ମଶିଣା, ବାଲଟି ଓ ମଗ, ଶୌଚ ସାମଗ୍ରୀ ଯଥା ସାବୁନ, ତଉଲିଆ, ଟୁଥବ୍ରସ ଏବଂ ଟୁଥପେଷ୍ଟ ବ୍ୟତୀତ ମଶା କଏଲ ଏବଂ ସାନିଟାରି ନାପକିନ ରହିଛି । ଭୂତଳ ଜଳ ପ୍ରଦୂଷଣ ହୋଇଥିବା ଆଶଙ୍କା କରି ପ୍ରଭାବିତ ଅଂଚଳ ପାଇଁ କ୍ଳରିନ ଟାବଲେଟ ବଣ୍ଟନ କରାଯାଇଛି । ରିଲିଫ ସାମଗ୍ରୀ ୭୫ ପ୍ରଭାବିତ ପରିବାର ମଧ୍ୟରେ ବଣ୍ଟନ କରାଯାଇଛି । ଦଳର ଏହି ଉଦ୍ୟମକୁ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି କାରଣ ସେମାନେ ଭାବୁଛନ୍ତି ଯେ ଏହି କୀଟ ସେମାନଙ୍କ ଜୀବନରେ ସ୍ୱାଭାବିକତା ବଜାୟ ରଖିବାରେ ସହାୟକ ହେବ । ଜଗଦ୍ଦିଶ ଚନ୍ଦ୍ର ରାଉତ, ଆସୋସିଏଟ ଭାଇସ ପ୍ରେସିଡେଣ୍ଟ, କର୍ପୋରେଟ ଆଫେୟାର ଆଣ୍ଡ କମ୍ୟୁନିକେସନ, ସାପୋରଜି ପାଲୋଜି ପୋର୍ଟ ମେନଟେନାନ୍ସ ଲିମିଟେଡ଼ କହିଛନ୍ତି ଯେ, ‘ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାର ଲୋକମାନଙ୍କୁ ସେବା କରିବାର ମହତ କାମ ପାଇଁ ସାପୋରଜି ପାଲୋଞ୍ଜି ଗ୍ରୁପ ପ୍ରତିବଦ୍ଧ । ପୁନରୁଦ୍ଧାର ପ୍ରକ୍ରିୟା ଏବଂ ଓଡ଼ିଶାର ଲୋକମାନଙ୍କ ବିକାଶ ସହିତ ଆମେ ସବୁବେଳେ ଠିଆ ହୋଇଛୁ ।’ ହାବିଟାଟ ଫର ହ୍ୟୁମାନୀଟି ଇଣ୍ଡିଆ ଏବଂ ମହାଶକ୍ତି ଫାଉଣ୍ଡେସନ ସହଯୋଗରେ ଦଳ ପକ୍ଷରୁ ଏହି ରିଲିଫ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


