ସାପ କାମୁଡ଼ା ଓ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାରକୁ ୪ଲକ୍ଷ ଟଙ୍କାର ଚେକ ପ୍ରଦାନ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡା ବ୍ଲକ ଅନ୍ତର୍ଗତ ବି. କରଡ଼ାବାଡ଼ି ଗ୍ରାମର ଚନ୍ଦ୍ରମଣି ନାୟକ ଏବଂ ବିରଞ୍ଚିପୁର ଗ୍ରାମର କୃଷ୍ଣଚନ୍ଦ୍ର ଜେନା, ଡାହାଣିପଲ୍ଲୀର ଶଙ୍କର ଜେନା, ସାପ କାମୁଡ଼ା ଓ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ । ଆଜି ଓଡିଶା ସରକାରଙ୍କ ତରଫରୁ ପ୍ରତେକ ପରିବାରକୁ ୪ଲକ୍ଷ ଟଙ୍କାର ଚେକ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବୁଗୁଡା ତାହସିଲି ଅଫିସ ଠାରେ ପ୍ରଦାନ କରାଯାଇଛି । ଏହି ଅବସରରେ ବୁଗୁଡା ତାହାସିଲିଦାର, ଜନ ପ୍ରତିନିଧିମାନେ ଓ ଗ୍ରାମବାସୀମାନେ ଉପସ୍ଥିତି ରହିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା