ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅନଲାଇନରେ ଇ-ଟିକେଟ ଜାଲିଆତି । ଟିକେଟ ଜାଲିଆତି କରି କୋଟି କୋଟି ଟଙ୍କା ଠକି ନେଉଛନ୍ତି ଦଲାଲ । ଅନେଇ ଆଜି ଜଣେ ଗିରଫ ହୋଇଛି । ଟିକେଟ ଜାଲିଆତି ଅଭିଯୋଗରେ ଆଜି ଆରପିଏଫ ଦ୍ୱାର ଜଣେ ଗିରଫ ହୋଇଛି । ଅଭିଯୁକ୍ତ ଜଣଙ୍କ ହେଲେ ବିଷ୍ଣୁ ପ୍ରସଙ୍ଗ ପଟ୍ଟନାୟକ । ତାଙ୍କ ଠାରୁ ୮୦୦ରୁ ଅଧିକ ଇ-ଟିକେଟ ଜବତ ହେବା ସହ ୩ଟି ମୋବାଇଲ ଓ ଗୋଟିଏ ଲାପଟପ ଜବତ କରିଛି ଆରପିଏଫ । ବିଭିନ୍ନ ଲୋକଙ୍କ ନାମରେ ଆଇଡି କରି ଟିକେଟ ପିଛା ୨୦୦ରୁ ୫୦୦ ଟଙ୍କା ଲାଭରେ ବିକୁ ଥିଲା ଟିକେଟ । କେବଳ ଏହି ଜଣେ ନୁହେଁ ଅନେକ ଏମିତି ଦଲାଲ ଅଛନ୍ତି ଯେଉଁମାନେ ଭିନ୍ନ ଭିନ୍ନ ଆକାଉଣ୍ଟ କରି ଟିକେଟ କରି ଚଢା ଦରରେ ବିକୁଥିଲେ ।
ରିପୋର୍ଟ : ଆକାଶ ମିଶ୍ର