

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଉ ଦୁଇ ଦିନ ପରେ ସାବିତ୍ରୀ ପୂଜା । ଏହି ଅବସରରେ ସାବିତ୍ରୀ ପାଇଁ ଢେଙ୍କାନାଳର ଫଳ ବଜାର ପୁରା ସରଗରମ ହୋଇପଡିଛି । ସଂଖ୍ୟାଧିକ ଫଳ ଦୋକାନ ଅସ୍ଥାୟୀ ଭାବେ ଗଢି ଉଚିଛି । ବିଶେଷ କରି ଗଣେଶ ବଜାର ଓ ବାଜିଚୌକ ଠାରେ ପ୍ରବଳ ଫଳ ଦୋକାନ ଖୋଲି ସେମାଙ୍କର ବେପାର ଜମାଇ ସାରିଲେଣି । ଫଳ ଗୁଡିକର ଦର ଆଶାତୀତ ଭାବେ ବୃଦ୍ଧି ପାଇଛି । ଢେଙ୍କାନାଳରେ ସେଓ କିଲୋ-୨୦୦, ଅଙ୍ଗୁର-୧୫୦, ଲିଚୁ-୧୮୦, ବାଇଗଣ ପଲେଇ ଆମ୍ବ-୧୦୦ ଏବଂ ଡାଳିମ୍ବ-୧୫୦, ସପୁରି ଗୋଟେ ୫୦, ପଣସ ଗୋଟେ-୫୦ ଏହିଭଳି ମୂଲ୍ୟରେ ବିକ୍ରି ହେଉଥିବା ଜଣାପଡ଼ିଛି । ଫଳ ବଜାରରେ ପ୍ରବଳ ଭିଡ ଯୋଗୁଁ ସତ୍ୟବାନମାନଙ୍କ ଫଳ ଦର ବୃଦ୍ଧି ମାଡ଼ରେ ଅବସ୍ଥା ବେହାଲ ।
ରିପୋର୍ଟ : ଶୁଭମ କୁମାର ପାଣି