

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ପବିତ୍ର ସାବିତ୍ରୀ ଅମାବାସ୍ୟା ବ୍ରତ ରହିଥିଲା । ଏହି ବ୍ରତକୁ ହିନ୍ଦୁ ନାରୀ ମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜା ଅର୍ଚନା କରିଥାନ୍ତି । ଏଥିପାଇଁ ବିଭିନ୍ନ ମନ୍ଦିର ଗୁଡିକରେ ନାରୀମାନଙ୍କ ଭିଡ ଦେଖିବାକୁ ମିଳିଥାଏ । କିନ୍ତୁ ବର୍ତ୍ତମାନ ସମୟରେ କରୋନା ଭୁତାଣୁ ସଂକ୍ରମଣର ଆତଙ୍କ ଯୋଗୁଁ ସାରା ଦେଶରେ ଲକଡାଉନ ଜାରୀ କରାଯାଇ ବିଭିନ୍ନ କଟକଣା ଜାରୀ କରାଯାଇଥିବାରୁ ମନ୍ଦିର ଗୁଡିକୁ ଯାଇ ଏହି ପବିତ୍ର ପୂଜାକୁ ପାଳନ କରିପାରି ନାହାନ୍ତି । ତେଣୁ ସମସ୍ତେ ନିଜ ନିଜ ଘରେ ରହି ଏହି ପୂଜା ପାଳନ କରିଛନ୍ତି । ଏହି ଅବସରରେ ବ୍ରହ୍ମପୁର ସହରରେ ଥିବା କିନର ସଂଘ ପକ୍ଷରୁ ଏହି ପୂଜା ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିବା ବେଳେ କିନର ସଭାନେତ୍ରୀ ସୁଇଟି ସାହୁ ଏହି ବ୍ରତ ପାଳନ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସମାଜର କଲ୍ୟାଣ କାମନା କରିଛନ୍ତି । ଏଥିପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା