

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଢେଙ୍କାନାଳ ସହରରେ ସାମାଜିକ ଦୂରତ୍ୱ ଓ ମାସ୍କ ପରିଧାନ ଉପରେ ଢେଙ୍କାନାଳ ପୌରପାଳିକା ତରଫରୁ ଉଭୟ ଲୋକଙ୍କୁ ଓ ଦୋକାନୀମାନଙ୍କୁ ସଚେତନା କରିବା ସହିତ ଏଥିରେ ଖିଲାପ କରୁଥିବା ଦୋକାନୀ ବିରୁଦ୍ଧରେ ଫାଇନ ଆଦାୟ କରାଯାଇ ସମୁଦାୟ ୧୦୦୦ ଟଙ୍କା ଫାଇନ ଆଦାୟ କରାଯାଇଛି । ଏହି ଚଢ଼ାଉ ସମୟରେ ପୌରପାଳିଆକାର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ସମେତ ପୌରପାଳିକାର ଟିକସ ଦାରୋଗା ହୁସନମ ବିବି ଓ ଅତିରିକ୍ତ ଟିକସ ଦାରୋଗା ବସନ୍ତ ପଟ୍ଟନାୟକ, ରଞ୍ଜନ ଦଳେଇ, ଦିନେଶ ଦାସ ଓ ପ୍ରଶାନ୍ତ ଜେନାଙ୍କ ସହିତ ଅନ୍ୟ ପୋୖର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଚଢ଼ାଉ ସମୟରେ ପୋୖର ଯନ୍ତ୍ରୀ ରଶ୍ମିତା ମିଶ୍ର ଓ ପୌରପାଳିକାର ଯନ୍ତ୍ରୀ ପ୍ରଭାତ କୁମାର ସାହୁ ଏହାର ନେତୃତ୍ୱ ନେଇଥିଲେ ।
ରିପୋର୍ଟ : ଶୁଭମ ପାଣି