

ଛତ୍ରପୁର (ସମୃଦ୍ଧ ଓଡିଶା) ସାମୁଦ୍ରିକ ଅଞ୍ଚଳରେ ସୁରକ୍ଷା, ସମୁଦ୍ର ତଟ, ସମୁଦ୍ର ଭିତରେ କିପରୀ ଆତଙ୍କବାଦୀ ପ୍ରବେଶ ଉପରେ ରୋକିବା ନେଇ ଗଞ୍ଜାମ ପୋଲିସ ଜିଲ୍ଲାର ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଓ ଅଗ୍ନିଶ୍ରମ ବିଭାଗର ମିଳିତ ଦୁଇଦିନଆ ସମରାଭ୍ୟାସ ଆର୍ଯ୍ୟପଲ୍ଲୀ ସମୁଦ୍ର ତଟ ନିକଟରେ ଗତକାଲି ଆରମ୍ଭ ହୋଇଯାଇଛି । ଜିଲ୍ଲାର ପ୍ରୟାଗୀଠାରୁ ହରିପୁର ବନ୍ଦର ପର୍ଯ୍ୟନ୍ତ ସମରାଭ୍ୟାସ ଅନୁଷ୍ଠିତ ହୋଇଛି । ଏଥିରେ ଜଣେ ଇନିସପେକ୍ଟର, ୫ଜଣ ଏସଆଇ, ୭ଜଣ ହାବିଲଦାରଙ୍କ ସହ ୪୦ଜଣ କନଷ୍ଟେବଲ ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ । ଏହାସହ ସମୁଦ୍ର ତଟ ଜାତୀୟ ରାଜପଥ ଅଞ୍ଚଳର ଆଇଆରଇ ଛକ ଠାରୁ ଆରମ୍ଭ କରି ପ୍ରୟାଗୀ ଅଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଜାତୀୟ ରାଜପଥ ଛକରେ ପୋଲିସ ମୁତାୟନ ହୋଇ ସମରାଭ୍ୟାସ କରିଥିବା ଜଣାପଡିଛି । ଆଜି ଏହା ଶେଷ ହେବ ଓ ଏକ ଡମି ଆତଙ୍କବାଦୀକୁ ଠାବ କରିବାର ବ୍ୟବସ୍ଥା କରାଯାଇଛି । ଏହି ସମରାଭ୍ୟାସରେ ଗଞ୍ଜାମ ପୋଲିସ ଜିଲ୍ଲାର ଡିଆଇବି ଡିଏସପି କେଶବ ଚନ୍ଦ୍ର ବେହେରା, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ବିଶ୍ୱଜ୍ କୁମାର ରାଉତରାୟ, ଏସଆଇ ଆର. ନରାୟଣ ରେଡ୍ଡୀ ସମେତ ସମସ୍ତ ପୁଲିସ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା