ସାମ୍ବାଦିକଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଅଭିଯୋଗ:ମୋବାଇଲ ଛଡ଼ାଇ ଭିଡିଓ ଡିଲିଟ୍‌ କରିଦେଲେ ଅଧିକାରୀ …

ନୟାଗଡ଼ (ସମୃଦ୍ଧ ଓଡ଼ିଶା) ରାଜ୍ୟରେ ଗତ କିଛି ବର୍ଷ ହେଲା ସାମ୍ବାଦିକମାନେ ସରକାରୀ ଅଧିକରୀମାନଙ୍କ ଦୁର୍ବ୍ୟବହାରର ଶିକାର ହେଉଛନ୍ତି । ସେଥିପାଇଁ ସାମ୍ବାଦିକମାନେ ବ୍ଲକଠାରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଗଣବିକ୍ଷୋଭ, ଆନ୍ଦୋଳନ, ଶୋଭାଯାତ୍ରା, ଦାବିପତ୍ର ମାଧ୍ୟମରେ ସରକାରଙ୍କୁ ଅବଗତ କରାଇଲେ ମଧ୍ୟ ମୁକବଧିର ଅନ୍ଧ ସରକାରଙ୍କ ନିଦ ଭାଙ୍ଗୁ ନ ଥିବାରୁ ଓଡ଼ିଶାରେ ଗଣତନ୍ତ୍ର ସମୁର୍ଣ୍ଣ ବିପଦ ସଙ୍କୁଳ ହୋଇ ପଡିଛି । ଏହାର ସମାଧାନ କେବଳ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ରହିଛି । ଗତ ୧୫ ବର୍ଷ ହେଲା କୌଣସି ଗୋଟିଏ ସାମ୍ବାଦିକ କିମ୍ବା ଓକିଲ କିମ୍ବା ସମାଜସେବୀ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲାକୁ ଯାଇ ପାରୁନଥିବା ଏକ ପରିତାପର ବିଷୟ ବୋଲି ବୃଦ୍ଧିଜୀବୀ ମତ ଦେଇଥିଲେ ମଧ୍ୟ ଏହାର ସୁସମାଧାନ ପାଇଁ କୌଣସି ନେତା ସ୍ୱର ଉତ୍ତୋଳନ କରୁନଥିବା ଉଦବେଗଜନକ ହୋଇଛି । ସାମ୍ବାଦିକମାନଙ୍କ ମଧ୍ୟରେ ସରକାରୀ ବୈଠକରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନୟାଗଡ଼ ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ଭଳି ସାଂଘାତିକ ଅଭିଯୋଗ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ବିଷୟ ବସ୍ତୁଟି ଦାଣ୍ଡରେ ପଡି ହାଟରେ ଗଡ଼ିବାରେ ଲାଗିଛି । ଏଥିରେ ‘ସଞ୍ଚାର’ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା ଜଣେ ସାମ୍ବାଦିକ ବିଭୂତି ଭୂଷଣ ସ୍ୱାଇଁ ଅଭିଯୋଗ ଆଣିଛନ୍ତି । ବୈଠକରେ ସେ ମୋବାଇଲରେ ଫଟୋ ଉଠାଉଥିଲେ ଏବଂ ଭିଡିଓ ସୁଟିଂ କରୁଥିଲାବେଳେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷୀ ସାହୁ ତାଙ୍କ ମୋବାଇଲ ଛଡ଼ାଇନେଇ ସେଥିରେ ରେକର୍ଡ ହୋଇଥିବା ଭିଡିଓକୁ ଡିଲିଟ୍‌ କରିଦେଇଥିଲେ ବୋଲି ଅଭିଯୋଗକୁ ଭିତ୍ତିକରି ଭିଡିଓ ଭାଇରାଲ ହୋଇଛି ।

ରିପୋର୍ଟ : ଶରତ ବେହେରା