ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ ସାମ୍ବାଦିକ ମାନଙ୍କର ଅଧିକାର, ସୁରକ୍ଷା ଓ କର୍ତ୍ତବ୍ୟ ସମ୍ପାଦନ ସଂକୋଚିତ ହୋଇ ଆସୁଛି । ଅବାଧ ସମ୍ବାଦ ସଂଗ୍ରହ ବାଧାପ୍ରାପ୍ତ ହେଉଛି । ନିକଟରେ ଗଣଶିକ୍ଷାମନ୍ତ୍ରୀଙ୍କ ବିବୃତି ପରିସ୍ଥିତିକୁ ଜଟିଳ କରୁଛି । ସାମ୍ବାଦିକ ତାର ପରିସୀମା ଭିତରେ କାର୍ଯ୍ୟ କରିବା ନେଇ ନ୍ୟାୟାଳୟ ତାଗିଦ୍ କରିଛି । କିନ୍ତୁ ବାସ୍ତବରେ ସାମ୍ବାଦିକ ତାର କାର୍ଯ୍ୟ କରିବାରେ ଅନ୍ୟଦ୍ୱାରା ବାଧାପ୍ରାପ୍ତ ହେଉଛି ନା ଅନ୍ୟକୁ ବାଧା ସୃଷ୍ଟି କରୁଛି, ଏହା ଗଣତନ୍ତ୍ର ରାଷ୍ଟ୍ରରେ ଜନସାଧାରଣ ବିଚାର କରିବା ଉଚିତ୍ ବୋଲି ଆଜି ଅନୁଷ୍ଠିତ ବନ୍ଧୁମିଳନ ଉତ୍ସବରେ ମତପ୍ରକାଶ ପାଇଛି । ‘ଜଳେଶ୍ୱର ଇନ୍’ରେ ଅନୁଷ୍ଠିତ ଅପରାହ୍ନର ବଂଧୁମିଳନ ଉତ୍ସବରେ ବଂଶୀଧର ଜେନା ସଭାପତିତ୍ୱ କରି ସାମ୍ବାଦିକ ଏକତାର ଆବଶ୍ୟକତା ଓ କର୍ମଶାଳା ସଂପର୍କରେ ସୂଚନା ଦେଇଥିଲେ । ଏଥିରେ ସାମ୍ବାଦିକ ଅବନୀ କୁମାର ଚନ୍ଦା, ରାମଚନ୍ଦ୍ର ଦେବ, ରବିନ୍ଦ୍ର ନାଥ ସେନାପତି, ଅଧ୍ୟାପକ ସୁକାନ୍ତ ଗିରି, ସତ୍ୟବ୍ରତ ପ୍ରଧାନ ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନଙ୍କ ଏକତା ବିନା କର୍ତ୍ତବ୍ୟ ସମ୍ପାଦନ ଅସମ୍ଭବ, ଏଥିପାଇଁ ଏକତା ମାଧ୍ୟମରେ ସାଂବାଦିକମାନେ ଅଧିକାର ହାସଲ କରିବା ସଂପର୍କରେ କହିଥିଲେ । ସାମ୍ବାଦିକତା ଏକ ଅମିମାଂଶିତ ପ୍ରଶ୍ନ ହୋଇଥିବା ବେଳେ ନୂତନ ପିଡିର ସାମ୍ବାଦିକଙ୍କୁ ବିଭିନ୍ନ କ୍ଷେତ୍ରରେ ସୁଜଗ ଦେବା ଉଚିଥ ଓ ସେମାନଙ୍କ କର୍ତ୍ତବ୍ୟବୋଧ, ନିଷ୍ଠା ସହିତ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁକୁମାର ରଣା, ସୁଶାନ୍ତ କୁମାର ପ୍ରଧାନ, ଅରୁଣ କୁମାର ଜେନା, ଦିଳ୍ଲିପ କୁମାର ଦାସ, ଦୀନବନ୍ଧୁ ପ୍ରଧାନ, ଅପରାହ୍ନର ପ୍ରକାଶିକା ଲକ୍ଷ୍ମିପ୍ରିୟା ଦାସ, ମନୋଜ କୁମାର ଭୂୟଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଡ. ଅଜିତ୍ କୁମାର ମହାନ୍ତି ସୂଚନା ପ୍ରଦାନ କରି ସାମ୍ବାଦିକଙ୍କ ଏକତାର ଆବଶ୍ୟକତା ସଂପର୍କରେ କହିଥିଲେ । ଜ୍ୟୋର୍ତିମୟୀ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଜଳେଶ୍ୱରର ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି ପରିଡା