ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର କରୋନା ସମୟରେ ସାମ୍ବାଦିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ସାମ୍ବାଦିକଙ୍କ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏହି ବଡ ଘୋଷଣା କରିଛନ୍ତି । କରୋନାରେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ହରିୟାଣା ସରକାର ମଧ୍ୟ ସାମ୍ବାଦିକଙ୍କ ପାଇଁ ବୀମା ରାଶିର ଘୋଷଣା କରିଥିଲେ ।
ରିପୋର୍ଟ : ହରପ୍ରସାଦ ବିଷୋୟୀ