ସାମ୍ବାଦିକମାନଙ୍କୁ ଆକ୍ରମଣକୁନେଇ ସାଲେପୁର, ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ସାମ୍ବାଦିକମାନେ ଉଦବେଗ ପ୍ରକାଶ କରିଛନ୍ତି

ସାଲେପୁର(ଅଶୋକ ସାହୁ) କଟକ ଜିଲ୍ଲା ସାଲେପୁର ଠାରେ କଳାଗ୍ନି ନିକଟସ୍ଥ ବେଲହୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାଲେପୁର, ମାହାଙ୍ଗା ଏବଂ ନିଶ୍ଚିନ୍ତକୋଇଲି ଅଞ୍ଚଳ ସମସ୍ତ ସାମ୍ବାଦିକମାନେ ଏକାଠି ହୋଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଆକ୍ରମଣକୁ ନେଇ ଆଜି କଳାବ୍ୟାଜ ପିନ୍ଧି ଘଟଣାର ପ୍ରତିବାଦ କରାଯାଇଥିଲା। ଭବିଷ୍ୟତରେ ଏଭଳି ଆକ୍ରମଣ ନହେବା ନେଇ ପୋଲିସ ପ୍ରଶାସନ ତଥା ରାଜ୍ୟ ପ୍ରଶାସନ ଦୃଷ୍ଟିଦେବାକୁ ଦାବି ହୋଇଥିଲା।