
ପାରଳଖେମୁଣ୍ଡି (ସମୃଦ୍ଧ ଓଡିଶା) ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ରତ୍ନମଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସହାୟତା ପ୍ରଦାନ ନିମନ୍ତେ ପୁର୍ବ ନିଷ୍ପତ୍ତି ପ୍ରକାରେ ସାମ୍ବାଦିକ ବନ୍ଧୁ ମାନେ ଯେଉଁ ଅର୍ଥ ରାଶି ସହାୟତା କରିଥିଲେ, ସେଥି ମଧ୍ୟରୁ ଦଶ ହଜାର ଟଙ୍କା ତାଙ୍କ ପରିବାର ସଦଶ୍ୟଙ୍କୁ ପ୍ରଦାନ କରାଯାଇଛି l ଏହାସହ ତାଙ୍କ ନିକଟତର ସ୍ବାଭିମାନୀ ସାମ୍ବାଦିକ ବନ୍ଧୁ ମାନେ ସହାୟତା କରିଥିବା ବଳକା ୫000/- ଟଙ୍କା ଓ ଚାଉଳ ଗୋଟିଏ ପକେଟ ନବଜୀବନ ଟ୍ରଷ୍ଟକୁ ଆଜି ପ୍ରଦାନ କରାଯାଇଛି । ନବଜୀବନ ଟ୍ରଷ୍ଟଦ୍ଵାରା ପ୍ରତିଷ୍ଠିତ ଏହି ଅନାଥ ଆଶ୍ରମରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ୱର୍ଗତ ରତ୍ନମଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମୁହ ପ୍ରାର୍ଥନା କରିଥିଲେ । ଏଥି ସକାଶେ ସାମ୍ବାଦିକ ମାନଙ୍କ ପକ୍ଷରୁ ନବଜୀବନ ଟ୍ରଷ୍ଟର କର୍ମକର୍ତ୍ତା ଓ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା l
ରିପୋର୍ଟ : କୃଷ୍ଣ କୁମାର ବେହେରା