ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ଡ଼ଃ. ସୁନୀଲ କୁମାର କୋଟାଙ୍କ ଅଭିନୟ ପ୍ରୟାସ ଯାହା ଏକ ପ୍ରଶଂସନୀୟ । ଗଣାମାଧ୍ୟମକୁ ଦେଶର ୪ର୍ଥ ସ୍ତମ୍ଭ କହୁଥିଲେ ସୁଦ୍ଧା ସରକାର ସେମାନଙ୍କ ପାଇଁ କୌଣସି ପ୍ରକାରର ସୁବିଧା କରିନାହାନ୍ତି । ଯାହାଫଳରେ ଗଣମାଧ୍ୟମ ମହଲରେ ଅସନ୍ତୁଷ୍ଟ ଦେଖା ଦେଇଛି । ସରକାର ଗଣମାଧ୍ୟମ ପାଇଁ ଯେଉଁ ହେଲଥ କାର୍ଡ କରିଛନ୍ତି ତାହା ଅଚଳ ବୋଲି ଗଣମାଧ୍ୟମ ମହଲରେ ପ୍ରକଶ ପାଇଛି । ଗଣମାଧ୍ୟମମାନେ ଦିନ ରାତି ସମାଜର ବିଭିନ୍ନ ସମସ୍ୟା ମୂଳକ କାର୍ଯ୍ୟକୁ ଟିଭି ଓ ଖବର ପତ୍ରିକା ଦ୍ୱାରା ସରକାରଙ୍କୁ ଅବଗତ କରାଇଥାନ୍ତି । ଯାହା ଫଳରେ ସେମାଙ୍କର ସମୟ ଅଭାବରୁ ନିଜର ସ୍ୱାସ୍ଥ୍ୟ ପ୍ରତି ଅବହେଳା କରିଥାନ୍ତି । ଏହାକୁ ଆଖିରେ ରହି ବ୍ରହ୍ମପୁର ପ୍ରେସ କ୍ଲବ ସାହାର୍ଯ୍ୟରେ ସୁନୀଲ କୁମାର କୋଟା ରୋଲାଣ୍ଡ ଫାର୍ମାସୀ କଲେଜ ପ୍ରାଙ୍ଗଣରେ ସାମ୍ବାଦିକମାନଙ୍କର ୧୦ ଗୋଟି ପରୀକ୍ଷା କରା ଯାଇ ଥିଲା ଯଥା ଆଖି, ବ୍ଳଡ଼ପ୍ରେସର, ବ୍ଲଡସୁଗାର, ଥାଇରଏଡ, ସ୍ନାୟୁ, ବାଡ଼ିର ଚର୍ବି, କିଡ଼ନୀ ଏପରି ଅନେକ ସ୍ୱାସ୍ଥ୍ୟ ପରୀକ୍ଷା ପ୍ରାୟ ୧୦୦ରୁ ୧୩୦ ସାମ୍ବାଦିକଙ୍କୁ ମାଗଣାରେ ପରୀକ୍ଷା କରା ଯାଇ ଥିଲା ଏଥିପାଇଁ ଗଣମାଧ୍ୟମ ତରଫରୁ ଡ଼ଃ. ସୁନୀଲ କୁମାର କୋଟାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା