ସାମ୍ବାଦିକ ସମ୍ମିଳିନୀରେ କରୋନା ଭୁତାଣୁ ସମ୍ପର୍କରେ ସୂଚନା ଦେଲେ ସ୍ୱତନ୍ତ୍ର ଅତିରିକ୍ତ ଜିଲାପାଳ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ଏକ ସାମ୍ବାଦିକ ସମ୍ମିଳିନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଖଣ୍ଡର କୋଭିଡ ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ଅତିରିକ୍ତ ଜିଲାପାଳ । ସେ କହିଛନ୍ତି ଗଞ୍ଜାମ ଜିଲ୍ଲାରେ କିଭଳି କରୋନା  ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା କମିବ ଓ ସଂକ୍ରମିତମାନଙ୍କୁ କିଭଳି ଉତ୍ତମ ଚିକିତ୍ସା ମିଳିପାରିବ, ବିଭିନ୍ନ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଫୋକସରେ ଏବେ ଗଞ୍ଜାମ ଜିଲ୍ଲା । ଏହାସହ ଜିଲ୍ଲାରେ କୋଭିଡ୍ ପରିଚାଳନା ସୂଚାରୁ ଭାବେ କରିବା ଲାଗି ତିନୋଟି ସବଡିଭିଜିନକୁ ଜଣେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି । ଏହି କ୍ରମରେ ଛତ୍ରପୁର ସବଡିଭିଜନର କୋଭିଡ୍ ପରିଚାଳନା ଦାୟିତ୍ୱ ଆଇଏସ ଅଧିକାରୀ ପାରୁଲ୍ ପାଟୱାରୀଙ୍କୁ ଦିଆଯାଇଛି । ଗତ ଏକ ସପ୍ତାହରେ ଛତ୍ରପୁର ସବ ଡିଭିଜନରେ ପ୍ରତ୍ୟେକ ଦିନ ୮୧୪ ଜଣଙ୍କ ଆଣ୍ଚିଜେନ ଓ ଆରଟିପିସିଆର ମାଧ୍ୟମରେ ପରୀକ୍ଷା କରାଯାଇଥିବା ବେଳେ ମୋଟ ୨୧ ହଜାର ୨ଶହ ୨୨ ଜଣଙ୍କ ଟେଷ୍ଟ  କରାଯାଇଛି । ହୋମ ଆଇସୋଲେସନରେ ୪ଶହ ୫୪ଜଣ, କୋଭିଡ୍ କେୟାର ହସ୍ପିଟାଲରେ ୧୭୯ଜଣ, କୋଭିଡ୍ କେୟାର ସେଣ୍ଟରରେ ୬୫ଜଣ ଓ କୋଭିଡ୍ ହସ୍ପିଟାଲରେ ୫୮ଜଣ ରହିଥିବା ବେଳେ ୧୫ଶହ ୮୫ଜଣ ହୋମ କ୍ୱାରେନଣ୍ଚାଇନରେ ଅଛନ୍ତି । ସବ ଡିଭିଜନରେ ୩୨ଟି ପଞ୍ଚାୟତ ଆମ୍ୱୁଲାନସ ଓ ୧୬ଟି ଅକ୍ସିଜେନ ବ୍ୟବସ୍ଥା ଥିବା ଆମ୍ୱୁଲାନସ ୮ଟି ବ୍ଳକ ଓ ୯ଟି ପୌରାଞ୍ଚଳରେ ରଖାଯାଇଛି । ସେହିଭଳି କରୋନାରୁ ଆରୋଗ୍ୟ ଲାଭ କରିଥିବା ୧୧୪ଜଣ ସ୍ୱେଚ୍ଛାସେବୀ ପ୍ଲାଜମା ଦାନ କରିବା ଲାଗି ପଞ୍ଜିକରଣ କରାଯାଇଛି । ୮୧ ଜଣ କୋଭିଡ୍ ଯୋଦ୍ଧାମାନେ କରୋନାରୁ ଆରୋଗ୍ୟ ଲାଭ କରିବା ପରେ କୋଭିଡ୍ ବନ୍ଧୁ ଭାବେ ସଚେତନତା ଓ କାଉନସିଲିଂ କରିବା ଲାଗି ନିୟୋଜିତ କରାଯାଇଛି । ଗ୍ରାମାଞ୍ଚଳରେ ୨ହଜାର ୫ଶହ ୬ଜଣ ପିଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୮୭୫ ଜଣ ଆରୋଗ୍ୟ ଲାଭ କରିଛନ୍ତି ଓ ୬୧୯ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି ଓ ୧୬ ଜଣ ମୃତ୍ୟୁ ବରଣ କରିଛନ୍ତି । ସେହିଭଳି ସହରାଞ୍ଚଳରେ ୯୬୨ଜଣ ପଜିଟିଭଙ୍କ ମଧ୍ୟରୁ ୭୦୮ଜଣ ଆରୋଗ୍ୟ ଲାଭି କରିଥିବା ବେଳେ ୨୩୬ଜଣ ଚିକିତ୍ସିତ ହେଉଛନ୍ତି ଓ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଛତ୍ରପୁର ସବ ଡିଭିଜିନରେ ମୋଟ୍ ୪୦୩ଜଣ କୋଭିଡ୍ ୱାରିଅର ପଜିଟିଭି ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ମୋଟ ୯୫୧ଗାଁରୁ ୭୪୧ ଅର୍ଥାତ ୭୮ଶତକଡ଼ା ଗ୍ରୀନ ଜୋନରେ ରହିଛି ଓ ସହରାଞ୍ଚଳର ୧୩୬ଟି ୱାର୍ଡ ମଧ୍ୟରୁ ୬୯ଟି ଅର୍ଥାତ ୫୧ ଶତକଡ଼ା ଗ୍ରୀନ ଜୋନରେ ରହିଛି  । ଗ୍ରାମ ପଞ୍ଚାୟତ ଗୁଡିକରେ ୧୭୯ଟି କୋଭିଡ୍ କେୟାର ହୋମରେ ୧୮୦୧ ଶଯ୍ୟା  ଓ ସହରାଞ୍ଚଳରେ ୯ଟି କୋଭିଡ୍ କେୟାର ହୋମରେ ୧୮୫ ଶଯ୍ୟା ବିଶିଷ୍ଟ ବ୍ୟବସ୍ଥା କରାଯାଇଛି । ଏହାଛଡା ଲୋକଙ୍କୁ ସାମାଜିକ ଦୂରତା ଓ ମାସ୍କ ପରିଧାନ ପାଇଁ ସଚେତନତା କରାଯାଉଥିବା ବେଳେ ଫାଇନ ମଧ୍ୟ ଆଦାୟ କରାଯାଉଛି । କୋରନାକୁ ମୁକାବିଲା କରିବା ଲାଗି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୨୬୩୫ଜଣଙ୍କୁ କୋଭିଡ୍ ମନିଟର ଭାବେ ନିୟୋଜିତ କରାଯାଇଥିବା ନେଇ ଛତ୍ରପୁର ସବ ଡିଭିଜନର କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ପାରୁଲ ପାରୁଲ ପାଟୱାରୀ ସୂଚନା ଦେଇଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ଛତ୍ରପୁପ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ କୁମାର ଦୋରା, ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥି ଉପସ୍ଥିତ ରହିଥିଲେ  ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା