ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସମ୍ବାଦିକଙ୍କର ଉପରେ ଆକ୍ରମଣ ଏବେ ଦୈନନ୍ଦିନ ଘଟଣାରେ ପରିଣତ ହୋଇଗଲାଣି କିନ୍ତୁ ସବୁ ଦେଖିକି ସରକାର ଚୁପ । ସତ ସମ୍ବାଦ ପରିବେଷଣ କରିବାକୁ ଯାଇକି ହେଉଛନ୍ତି ସାମ୍ବାଦିକମାନେ ଆକ୍ରମଣର ଶିକାର । ସେ ମଦ ମାଫିଆ ହଉ କି ଜଙ୍ଗଲ ମାଡ଼ିଆ କି ଅସାଧୁ ସରକାରୀ କର୍ମଚାରୀ ସମସ୍ତଙ୍କର ମୁଖ୍ୟ ଟାର୍ଗେଟରେ ସାମ୍ବାଦିକ । କିନ୍ତୁ ଗଣତନ୍ତ୍ରର ସୁରକ୍ଷା ପ୍ରଦାନ କରୁଥିବା ସାମ୍ବାଦିକମାନେ ଏବେ ଅସୁରକ୍ଷିତ । ଗୋଟେ ବଡ କଥା ହେଲା ସମସ୍ତଙ୍କୁ ସୁରକ୍ଷା ଦେଉଥିବା ସାମ୍ବାଦିକ ଯେତେବେଳେ ବାର୍ଦ୍ଧକ୍ୟ ସମୟରେ ପହଞ୍ଚେ ସେତେବେଳେ ନିଜର ପୋଷଣ କରିପାରିନଥାଏ । କାରଣ ସାମ୍ବାଦିକତା କରିବା ସମୟରେ ସେ ସମାଜସେବା ଉପରେ ଗୁରୁତ୍ୱ ଦେଇଥାଏ । ଯାହା ଫଳରେ ପରିବାର ପୋଷଣ ଠିକ ସେ କରିପାରେନାହିଁ । ଏଥିପାଇଁ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଓ ଅବସରକାଳୀନ ଭତ୍ତା ଦାବିରେ ଧାରଣ ଓ ବିକ୍ଷୋଭ ଗାନ୍ଧିମାର୍ଗ ଠାରେ ବିଭୁତି ଭୂଷଣ କର ଙ୍କର ଅଧକ୍ଷତାରେ କରାଯାଇଥିଲା । ଏହି ଧାରଣାରେ ସଙ୍ଘର ରାଜ୍ୟର ସମସ୍ତ ସଦଶ୍ୟ ଉପସ୍ଥିତ ଥିଲେ । ସଙ୍ଘ ପକ୍ଷରୁ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।ଯଦି ତୁରନ୍ତ ପଦକ୍ଷେପ ନନିଅନ୍ତି ତେବେ ଆଗାମୀ ଦିନରେ ତୀବ୍ର ବିରୋଧ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।
ରିପୋର୍ଟ : ଆକାଶ ମିଶ୍ର