

ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ ବ୍ଳକରେ ତଥା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ନରେନ୍ଦ୍ର ପୁର ପଞ୍ଚାୟତରେ ୟୂରିଆସାରର ଘୋର ଅଭାବ ଦେଖାଯାଇଛି । ବ୍ୟାପକ କଳାବଜାର ହେଉଥିବା ଅଭିଯୋଗ ହେଉଛି । ଏହି ପଞ୍ଚାୟତରେ ରାମଚନ୍ଦ୍ର ପୁର ସେବା ସମବାୟ ସମିତି ମାଧ୍ୟମରେ ସାର ଚାଷୀଙ୍କୁ ଯୋଗାଣ କରାଯାଉଛି । କିନ୍ତୁ ଏବର୍ଷ ବ୍ୟତିକ୍ରମ ଫଳରେ ଚାଷୀ ଠିକ୍ ସମୟରେ ସାର ପାଇ ପାରିନାହାନ୍ତି । ଯାହା ସାର ଆସୁଛି ତାହା କଳାବଜାର ହେଉଥିବାରୁ ଚାଷୀ ମାନେ ସଂପାଦକଙ୍କ ଉପରେ କ୍ଷୁବ୍ଧ ହୋଇ ପଡିଛନ୍ତି । ଗତ ୧୪ତାରିଖରେ ଏହି ସମିତି ମାଧ୍ୟମରେ ପ୍ରାୟ ତିନି ଟ୍ରକ ସାର ଚାଷୀଙ୍କ ପାଇଁ ଆସିଥିବା ସୁଣି ବାକୁପାଇ ଚାଷୀମାନେ ସାର୍ କିଣିବା ପାଇଁ ସୋସାଇଟି ସମ୍ମୁଖରେ ସକାଳୁ ସକାଳୁ ରୁଣ୍ଡ ହୋଇ ଗଲେ । କିନ୍ତୁ ଚାଷୀଙ୍କୁ ସାର ଦିଆଗଲା ନାହିଁ । ଚାଷୀ ହୋହଲ୍ଲା କଲେ । ଶାନ୍ତି ଭଂଗ ଆଶକାଂରେ ସାଧାରଣ ହିଞ୍ଜଳିକାଟୁ ପୋଲିସ୍ ବାହିନୀ ଓ ଶରଗଡ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଆହୁରି ଜଟିଳ ହୋଇ ଥିଲା । ଚାଷୀମାନେ ଉତ୍ୟକ୍ତ ହୋଇ ଜୀବନ୍ତ ସାପ ଧରିଆଣି ତହସିଲଦାରଙ୍କ ଉପରକୁ ଫୋପାଡି ଥିଲେ । ଅବସ୍ଥା ଅଣାୟତ୍ତ ହେବାରୁ ସାର ବିକ୍ରୀ ନ କରି ମଧ୍ୟାହ୍ନରେ ଚାଷୀଙ୍କୁ ଫେରାଇ ଦିଆଯାଇଥିଲା ଓ ୧୮ତାରିଖରେ ଅଧିକ ସାର ଅଣାଯାଇ ବଣ୍ଟନ କରାଯିବ ବୋଲି କହି ମଧ୍ୟ ଏ ଯାଏଁ ସାର ବଣ୍ଟନ ହୋଇ ନ ଥିବାରୁ ଚାଷୀମାନେ ହତାଶ ହୋଇ ପଡିଛନ୍ତି ବୋଲି ପ୍ରକାଶ ପାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା