ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାର ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଥିବା ଏକବର୍ଷ ପୂର୍ତ୍ତୀ ଅବସରରେ ଗତ ବୁଧବାର ବାଲେଶ୍ୱର ଫକୀରମୋହନ ସାହିତ୍ୟ ପରିଷଦ ଓ ଓଡିଶା ଭାଷା ବିକାଶ ଆନ୍ଦୋଳନର ମିଳିତ ସହଯୋଗରେ ବାଲେଶ୍ୱରର ଶାନ୍ତିକାନନ ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡ. ଶିରିଶ କୁମାର ଜେନା ଏଥିରେ ସଭାପତିତ୍ୱ କରିଥିଲେ । ପରିଷଦର ସମ୍ପାଦକ ଡ. କୁମାର ଗୋପାଳ ଓ ଓଡିଆ ଭାଷା ବିକାଶ ଆନ୍ଦୋଳନର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ସଂପାଦକ ନିବାରଣ ଜେନା, ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. ହରିଶ୍ଚନ୍ଦ୍ର ବେହେରା, ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡିଶା ଭାଷାସାହିତ୍ୟ ବିଭାଗର ମୁଖ୍ୟ ଡ. ମନିନ୍ଦ୍ର କୁମାର ମେହେର ମଂଚରେ ଉପସ୍ଥିତ ରହି ଓଡିଆ ଭାଷା ସାହିତ୍ୟ ପ୍ରତି ବିଶିଷ୍ଟ ବ୍ୟକ୍ତିଙ୍କ ଅବଦାନ ଓ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବାରେ ବ୍ୟକ୍ତିବିଶେଷକଙ୍କ ଅବଦାନ ସଂପର୍କରେ କହିଥିଲେ । ଡ. ତ୍ରୀପାଠୀ ଓ ଡ. ବେହେରା ଓଡିଆ ଭାଷା, ଆର୍ଯ୍ୟଗୋଷ୍ଠୀ ଭାଷାମାନଙ୍କ ମଧ୍ୟରୁ ଏକ ମାତ୍ର ଭାଷା ଓ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ସଂର୍ପରେ କହିଥିଲେ । ବିଶିନ୍ନାଞ୍ଚଳରେ ଓଡିଆ ଭାଇଭଉଣୀମାନେ କିପରି ଓଡିଆଭାଷର ସଂପର୍କରେ ସଚେତନ ହେବେ ସେ ସଂପର୍କରେ କହିଥିଲେ । ଡ. ପ୍ରହ୍ନାଦ ଚରଣ ମହାନ୍ତି, ନିରଞ୍ଜନ ରାଉତ, ଅର୍ଚ୍ଚନା ନନ୍ଦୀ ଓ ଅରୁଣା ରାୟ ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ । ଚଳିତ ବର୍ଷ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଉ ତ୍କଳର ସମ୍ମଳିନୀର ଜଳେଶ୍ୱର ଶାଖା ଡ. ଶ୍ରୀକାନ୍ତ ଚରଣ ପାତ୍ର ଓ ଡ. ମେହେରଙ୍କୁ ସେମାନଙ୍କ ସ୍ୱକୀୟ ପ୍ରତିଭା ଲାଗି ସମ୍ବର୍ଦ୍ଧନା କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା