ସାରସ୍ୱତ ସାଧକ ବିପିନ ବିହାରୀ ବିଶ୍ୱାଳଙ୍କୁ ଖଡଗପୁର ବହିମେଳା-୨୦୨୦ରେ ସମ୍ବର୍ଦ୍ଧନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏକାଧାରରେ ଜଣେ ସାରସ୍ୱତ ସାଧକ, ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସମ୍ପାଦକ, ଜଣେ ସୁ-ଲେଖକ, ବକ୍ତା, କବି, ପ୍ରାବନ୍ଧିକ, ପ୍ରଜ୍ଞାବାନ୍ ପ୍ରଫେସର ବିପିନ ବିହାରୀ ବିଶ୍ୱାଳଙ୍କୁ ପଶ୍ଚିମବଂଗର ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ଖଡଗପୁର ବହିମେଳା ୨୦୨୦ରେ ଆୟୋଜିତ କବି ସମ୍ମିଳନୀରେ ସମ୍ବର୍ଦ୍ଧିତ କରି ସ୍ମାରକ ପ୍ରଦାନ କରିଛନ୍ତି । ଆୟୋଜିତ ସଭାରେ ପଶ୍ଚିମବଂଗର ପ୍ରକ୍ଷାତ ପ୍ରାବନ୍ଧିକ ଓ କବି ଭବେଶ ଚନ୍ଦ୍ର ବସୁ ଅଧ୍ୟକ୍ଷତା କରି ଓଡିଆ ଓ ବଂଗଳା ମଧ୍ୟରେ ଜଣେ ମା ହେଲେ ଅନ୍ୟଜଣେ ମାଉସୀର ସ୍ନେହଶ୍ରଦ୍ଧା ମିଳିଥାଏ ବୋଲି କହିଥିଲେ । ଅତିଥି ଭାବେ ପ୍ରକ୍ଷାତ କବି ଦେବବ୍ରତ ଭଟ୍ଟାଚାର୍ଯ୍ୟ, ସୁନୀଲ ମାଝୀ, ତାପସ ମୁଖପାଧ୍ୟାୟ, ସମାଜେସେବି ସୂର୍ଯ୍ୟନନ୍ଦୀ ଓ ଶରତ ପରିଡା ପ୍ରମୁଖ ମଂଚାସୀନ ରହି ଉପାନ୍ତ ଦୁଇ ରାଜ୍ୟରେ ସାହିତ୍ୟ, ସଂସ୍କୃତି ଓ ପରମ୍ପରା ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଥିବା ସଂପର୍କରେ ଆଲୋକପାତ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ପ୍ରଫେସର ବିଶ୍ୱାଳ ଓଡିଆ ସାହିତ୍ୟର ସାମ୍ପ୍ରତିକ ଧାରା, ସାହିତ୍ୟରେ ରୋଚିବୋଧତା, ଆଳଙ୍କାରିକତା ଓ ବୋଧଗମ୍ୟ ସଂପର୍କରେ ସୂଚନା ଦେଇ ଥିଲେ । ତାଙ୍କୁ ଅଂଗବସ୍ତ୍ର, ମମେଣ୍ଟ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା