





ପାଟପୁର(ସମୃଦ୍ଧ ଓଡିଶା) ଆମ୍ବଠା ସାହାସପୁର ମଧ୍ୟରେ ଥିବା କେନାଲ ତଟରେ ଏକ ମୃତ ଦେହ ଭାଷୁ ଥିବା ଦେଖିବାକୁ ମିଳିଛି । ସେଠାକାର ଲୋକମାନେ ଭାସୁଥିବା ଲୋକ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ଖବର ଦେବାପରେ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତ ଶରୀରକୁ ଉଦ୍ଧାର କରାଯାଇଛି ହେଲେ ମୃତ ଲୋକଟି ଚିହ୍ନଟ ହୋଇ ପାରି ନାହିଁ । ସକାଳୁ କେହି ଅଜଣା ବ୍ୟକ୍ତି ଭାସି ଯାଇଥିବା ଅନୁମାନ କରାଯାଇଛି । ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକମାନେ ଏହି ଲୋକଟି କିଏ କେଉଁ ଗାଁ ର ସେ ନେଇ ପଚରା ଉଚରା କରୁଛନ୍ତି । ଯଦି କୌଣସି ବ୍ୟକ୍ତି ଏହି ଲୋକର ପରିଚୟ ଜାଣିଛନ୍ତି ତାହେଲେ ପାଟପୁର ପୋଲିସ ଷ୍ଟେସନକୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା