
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଥାନା ନିକଟ ସିଂଗିପୁର ଗ୍ରାମରେ ଦାଦାବଟି ଓ ପୂର୍ବ ଶତ୍ରୁତାକୁ ନେଇ ଗୁଳି କାଣ୍ଡ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗୁଳି ମାଡ଼ରେ ତେଜରାତି ବ୍ୟବସାୟ ଆହତ ହୋଇଛନ୍ତି । ଆହତଙ୍କ ପିଠିରେ ଲାଗିଛି ଗୁଳି । ଆହତ ବ୍ୟବସାୟୀ ଜଣକ ସୁଶାନ୍ତ ପାତ୍ର ବୋଲି ଜଣାପଡିଛି । ସେ ଦୋକାନରେ ବସି ଥିବା ବେଳେ କିଛି କାରଣକୁ ନେଇ ଗୁଳି ମାଡ଼ ହୋଇଥିଲା । ଫଳରେ ସେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ପରେ ବ୍ରହ୍ମପୁର ମେଡିକାଲକୁ ପଠା ଯାଇଛି । ଖବର ପାଇ ଛତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା