ସିଏଏ ସପକ୍ଷରେ ଲୋକଙ୍କୁ ସଚେତନ ପାଇଁ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ବ୍ରହ୍ମପୁରରେ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ସିଏଏ ତଥା ନାଗରିକ ସଂଶୋଧନ ଆଇନ ସପକ୍ଷରେ ଲୋକଙ୍କୁ ସଚେତନ ପାଇଁ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ବ୍ରହ୍ମପୁରରେ ଏକ ବିରାଟ ଶୋଭାଯାତ୍ରା ଓ ସାଧାରଣ ସଭାରେ ଲୋକଙ୍କୁ ସମ୍ବୋଧିତ କରି ମୋଦୀ ସରକାର ଲାଗୁ କରିଥିବା ସିଏଏ ଓ ଏନଆରସିସି ସପକ୍ଷରେ ଜନମତ ସୃଷ୍ଟି କରିଥିଲେ । ଜିଲ୍ଲା ବିଜେପି ସଭାପତି ବିଭୁତି ଜେନାଙ୍କ ନେତୃତ୍ୱରେ ସ୍ଥାନୀୟ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର,ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା,ଦିଲ୍ଲୀପ ମହାନ୍ତିଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଏହି ଶୋଭାଯାତ୍ରାରେ ଯୋଗଦେଇ ଏକ ବିରାଟ ପଟୁଆରରେ ସହର ପରିକ୍ରମା କରି ସିଏଏ ଓ ଏନଆରସିସି ସପକ୍ଷରେ ଯୁକ୍ତି ବାଢ଼ିଥିଲେ । ଅନ୍ୟପକ୍ଷରେ ବ୍ରହ୍ମପୁର ସ୍ୱତନ୍ତ୍ର ସର୍କିଟ ହାଉସରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଜ୍ୟ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ପୂର୍ବତନ ରାଜ୍ୟସଭା ସାଂସଦ ତଥା ଭା.ଜ.ପା ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡାଙ୍କୁ ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ସବୁଜ ବାହିନୀର ସ୍ବେଚ୍ଛାସେବୀମାନେ ସୈ।ଜନ୍ୟ ମୂଳକ ସାକ୍ଷାତ କରି ହାତ ତିଅରି କୃତ୍ରିମ ଚଟିଆ ଘର ଓ ଖାଦ୍ୟ ସ୍ଥଳୀ ମନ୍ତ୍ରୀ ଓ ଜେ ପଣ୍ଡାଙ୍କୁ ପ୍ରଦାନ କରିଥିଲେ । ଘର ଚଟିଆର ସୁରକ୍ଷା କାର୍ଯ୍ୟକ୍ରମ ଶୁଣି ଖୁସି ହୋଇ ସମସ୍ତ ସଦସ୍ୟ ମାନଙ୍କୁ ନିଜ ଘରେ ପାଳିତ ଅନ୍ୟ ପଶୁ ପକ୍ଷୀ ଙ୍କ ଚିତ୍ର ମୋବାଇଲରେ ଦେଖାଇଥିଲେ । ବ୍ରହ୍ମପୁର ସହର ତଥା ସାରା ଓଡ଼ିଶାରେ ଅଧୁନା ଉନ୍ନତି କରଣ ନାମରେ ପ୍ରତିଦିନ ଶହଶହ ବୃକ୍ଷ କିପରି ନଷ୍ଟ କରାଯାଉଛି ତା’ ଉପରେ ଉଦବେଗ ପ୍ରକାଶ କରି ଉଭୟ ସଂଗଠନ ପକ୍ଷରୁ ଏହାର ପ୍ରତିକାର ସ୍ବରୂପ ଓଡିଶାକୁ କିପରି ଗୋଟିଏ ବୃକ୍ଷ ପ୍ରତିରୋପଣ ଯନ୍ତ୍ର ଅଣାଯିବ ତା’ ଉପରେ ଦାବିପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ଦାବି ଗୁଡିକୁ ଗୁରୁତ୍ବ ଦେଇ ଓଡ଼ିଶାକୁ ଏହି ଯନ୍ତ୍ର ଆଣିବା ନେଇ ପଦକ୍ଷେପ ଗ୍ରହଣ କରବେ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରକାଶ ଥାଉ କି ସରକାର ବୃକ୍ଷ ଓ ପରିବେଶ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଅନ୍ୟପଟେ ପ୍ରତିଦିନ ଉନ୍ନତି କରଣ ନାମରେ ଶହ ଶହ ବର୍ଷ ର ପୁରୁଣା ହଜାର ହଜାର ବୃକ୍ଷ କାଟୁଛନ୍ତି ଯଦି ଏବେଠୁ ସଜାଗ ନ ହୁଅନ୍ତି ତାହେଲେ ଏମିତି ଅନେକ ମୂଲ୍ୟବାନ ବୃକ୍ଷ ନଷ୍ଟ ହୋଇଯିବ ବୋଲି ଅଭିଯୋଗ କରି ସେମାନେ ଉଭୟ ନେତୃବୃନ୍ଦଙ୍କୁ ଏହାର ପ୍ରତିକାର ସ୍ବରୂପ ଯଦି ଓଡିଶାକୁ ଗୋଟିଏ ବୃକ୍ଷ ସ୍ଥାନାନ୍ତରିତ ଯନ୍ତ୍ର ଅଣା ଯାଇ ପାରିବ ତା’ ହେଲେ ଅନେକ ବୃକ୍ଷକୁ ଅକାଳ ମରଣ ରୁ ବଞ୍ଚା ଯାଇ ପାରିବ ବୋଲି ସେମାନେ ପରାମର୍ଶ ଦେଇଥିଲେ । ଆନ୍ଧ୍ର, ଦିଲ୍ଲୀ, ବିହାର ,କର୍ଣ୍ଣାଟକ ଭଳି ରାଜ୍ୟରେ ଏହି ଯନ୍ତ୍ର ର ସୁଫଳ ପାଇ ପାରି ଛନ୍ତି । ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ.ଦିଲ୍ଲୀପ କୁମାର, ଡା. ସାଗର ରଞ୍ଜନ ତ୍ରିପାଠୀ,ସଂଜୟ ପାତ୍ର,ବନମାଳୀ ପ୍ରଧାନ, ସତ୍ୟ ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି ଗଛ ବୃକ୍ଷ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରି ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା