

ଭୁବନେଶ୍ବର(ସମୃଦ୍ଧଓଡିଶା) ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ପକ୍ଷରୁ ଦକ୍ଷିଣ କୋରିଆ ସିଓଲ ଠାରେ ସୁଲଭ ଆବାସ ସମ୍ପର୍କରେ ଏକ ଚାରି ଦିନିଆ କର୍ମଶାଳା ଅନୁଷ୍ଠିତ ହେଉଛି l ଏହି ସମ୍ମାନ ଜନକ ଆନ୍ତର୍ଜାତିକ କର୍ମଶାଳାରେ ଓଡ଼ିଶାର ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ଭାରତ ସରକାରଙ୍କ ପକ୍ଷରୁ ଯୋଗଦେଇଛନ୍ତି l ଏ ନେଇ ଭାରତ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଶ୍ରୀମତୀ ପାଢ଼ୀଙ୍କୁ ମନୋନୀତ କରାଯାଇଛି I ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଚାରି ଦିନିଆ କର୍ମଶାଳାରେ ବିଭିନ୍ନ ଦେଶର ବିଶେଷଜ୍ଞ ଓ ପଦାଧିକାରୀ ମାନେ ଏକତ୍ରିତ ହୋଇ ସୁଲଭ ଆବାସ ଉପରେ ରଣନୀତି ଓ ସର୍ବୋତ୍ତମ ଅଭ୍ୟାସ ବିଷୟରେ ଆଲୋଚନା କରିବେ l ଏହି ଅନ୍ତର୍ଜାତୀୟ ମଞ୍ଚରେ ଅଂଶଗ୍ରହଣ କରି, ଶ୍ରୀମତୀ ପାଢ଼ୀ ଭାରତର ଅଭିଜ୍ଞତା ବାଣ୍ଟିବା ଏବଂ ବିଶ୍ୱର ସର୍ବୋତ୍ତମ ଅଭ୍ୟାସରୁ ଶିଖି ସମସ୍ତଙ୍କୁ ସୁଲଭ ଏବଂ ବାସପଯୋଗୀ ଆବାସ ଯୋଗାଇବା ପାଇଁ ଦେଶର ପ୍ରୟାସରେ ଯୋଗଦାନ ଲାଗି ସହାୟକ ହୋଇପାରିବ ।
ରିପୋର୍ଟ : ରଜତ ମହାପାତ୍ର