ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଶିକ୍ଷକରପୁର ପଂଚାୟତର ଚକହରି ଗ୍ରାମରେ ଥିବା ସିଦ୍ଧେଶ୍ୱରୀ ଶିକ୍ଷା ନିକେତନର ନବମ ବାର୍ଷିକ ଉତ୍ସବ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ମମତାରାଣୀ ପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଗାବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ଯୋଗ ଦେଇ ଗୁଣାତ୍ମକ ଶିକ୍ଷା ଆଜିର ସମାଜ ପାଇଁ ଅପରିହାର୍ଯ୍ୟ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ଯୋଗେଶ ଚନ୍ଦ୍ର ରାଉଳ ଯୋଗ ଦେଇ ସମାଜରୁ ମାନବବାଦ ଲୋପ ପାଇଯାଉଥିବାରୁ ଏଥିପ୍ରତି ସମସ୍ତେ ସଚେତନ ହେବା ଉଚିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁଞ୍ଜବିହାରୀ ଗିରି, ବ୍ରଜବଲ୍ଲଭ ସାହୁ, ହରିହର ସାହୁ, ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ, ନିରଞ୍ଜନ ଦାସ ଓ ବିଦ୍ୟାଧର ପାଢୀ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ନିମାଇଁ ଚରଣ ବାରିକ ମଂଚ ଆହ୍ୱାନ କରିଥିବା ବେଳେ ଜଗନ୍ନାଥ ଭୂଆଁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳର ସମସ୍ତ ଗୁରୁଜୀ ଗୁରୁମାଙ୍କ ସହିତ ସଂପାଦକ ରମାକାନ୍ତ ସିଙ୍କ ବଳିଷ୍ଠ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା