ସିଦ୍ଧେଶ୍ୱର ହାଇସ୍କୁଲର ୨୧ତମ ବାର୍ଷିକ କ୍ରିଡା ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ସିଦ୍ଧେଶ୍ୱର ହାଇସ୍କୁଲର ୨୧ ତମ ବାଷିର୍କ କ୍ରିଡା ଉତ୍ସବକୁ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଦୁର୍ଜୟ କୁମାର ପାଣିଗ୍ରାହୀ କ୍ରିଡାମସାଲରେ ଅଗ୍ନି ସଂଯୋଗ କରି ଉଦଘାଟନ କରିଛନ୍ତି । ମୁଖ୍ୟ ଅତିଥି ଭାବେ ପୂର୍ବତନ ଡିଆଇ ଧରିତ୍ରୀ ଦାସ କ୍ରିଡା ପତାକା ଉତ୍ତୋଳନ କରି ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ଶିକ୍ଷାଲାଭ ସହିତ ଖେଳ ମଧ୍ୟ ଏକ ପାଠ ଖସଡା ସୁସ୍ଥ ଶରୀର ଓ ଅର୍ଥ ରୋଜଗାରରେ ମଧ୍ୟ କ୍ରିଡା ମଧ୍ୟ ସହାୟକ ହୋଇଥାଏ ବୋଲି ସେ କହିଥିଲେ । ପ୍ରଧାନ ଶିକ୍ଷକ ହରିଶଂକର ମହାନ୍ତି ଦୀର୍ଘ ୨୧ବର୍ଷ ଧରି ବିଦ୍ୟାଳୟର ସଫଳତା ଓ ଛାତ୍ରଛାତ୍ରୀମାନଙ୍କ ତତ୍ପରତା ସଂପର୍କରେ କହିଥିଲେ । ଖେଳ ଶିକ୍ଷକ ସରୋଜ କୁମାର ପାଣିଗ୍ରାହୀ ଏଥିନେଇ ସୂଚନା, ମଞ୍ଚ ଆହ୍ୱାନ ତଥା ଖେଳ କିପରି ବନ୍ଧୁତ୍ୱ ସୃଷ୍ଟି କରିଥାଏ ସେ ସଂପର୍କରେ କହିଥିଲେ । ଶିକ୍ଷକ ମନୋରଞ୍ଜନ ଗିରି, ଚିତ୍ତରଞ୍ଜନ ଜେନା, ମାନସ କୁମାର ଦାସ, ସୁବ୍ରତ ବାରିକ, ରାଜିବ ନାରାୟଣ କର, କୃଷ୍ଣ ଚନ୍ଦ୍ର ଜେନା, ଶୟନ ରାଉଳ, ଦାମୋଦର ମହାନ୍ତି, ଝାଶେଶ୍ୱର ରାଉଳ ଏହି କାର୍ଯ୍ୟରେ ସହାୟତା କରିଥିଲେ । ପ୍ରଥମେ ଗ୍ରାମରେ ଥିବା ସିଦ୍ଧେଶ୍ୱର ବାବାଙ୍କ ମନ୍ଦରରୁ ମସାଲ ଯାତ୍ରା ଆରମ୍ଭ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା