ସିନିୟର ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ଟେନିସ ଆସୋସିଏସନ ସହଯୋଗରେ ଗଞ୍ଜାମ ଜିଲ୍ଲା ଟେନିସ ଆସୋସିଏସନ ପକ୍ଷରୁ ସ୍ଥାନୀୟ ୟୁନିୟନ କ୍ଲବରେ ଥିବା ସ୍ପୋର୍ଟସ ଏରିନାରେ ବ୍ରହ୍ମପୁର ଓପନ ଟେନିସ ଟୁର୍ଣ୍ଣାମେଣ୍ଟ ଗତ ଶନିବାରରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଏହି ଟୁର୍ଣ୍ଣାମେଣ୍ଟ ଗତକାଲି ଉଦଯାପିତ ହୋଇଛି । ୟୁନିୟନ କ୍ଳବ ଓ ହର୍ଷ ବିହାର ଟେନିସ କୋର୍ଟରେ ଖେଳ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ବର୍ଷ ରୁ ଉର୍ଦ୍ଧ୍ୱ, ୫୦ବର୍ଷ ରୁ ଉର୍ଦ୍ଧ୍ୱ ଓ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସର ଖେଳାଳିମାନେ ଭାଗ ନେଇଥିଲେ ।  ସେଥିରେ ୬୦ ବର୍ଷ ବୟସ ବର୍ଗ ଡବଲ୍ସରେ ଚମ୍ପିୟାନ ହୋଇଛନ୍ତି ଜି.ଆର ଦାଶ ଓ ଜେ. ଜନତ ଯୋଡି । ରନର ହୋଇଛନ୍ତି ପ୍ରଭାତ ବକ୍ସି ଓ ଜୁଗନାନନ୍ଦ ପଟ୍ଟନାୟକ, ତୃତୀୟାରେ ଅର୍ଜୁନ ସ୍ୱାଇଁ ଓ ସୁଶୀଳ କୁମାର ମିଶ୍ରଙ୍କ ସହ ପ୍ରକଶ ଭୁରା ଓ ଭି. ରମଣ । ସମସ୍ତଙ୍କୁ ସିଲଡ ସହିତ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହିଭଳି ୫୦ + ଡ଼ବଲସ ଯୋଡିରେ ଚମ୍ପିୟାନ ହୋଇଥିଲେ ଗଙ୍ଗାଧର ଲେଙ୍କା ଓ ଝଡ଼େଶ୍ୱର ଦାଶ ଯୋଡି । ରନର୍ସଅପ ହୋଇଥିଲେ ବଳରାମ ରାଥୋଡ ଓ ସ୍ନେହାଶିଷ ବେହେରା, ତୃତୀୟ ସ୍ଥାନରେ ରହିଥିଲେ ଜିତେନ୍ଦ୍ର ଚୌଧୁରୀ ଓ ପି.କେ ସାହୁ ଯୋଡି ଏବଂ ଏସ.ଏନ.ଘୋଷ ଓ ସୁରେଶ ମହାଲିକ, ୪୦ + ବର୍ଗରେ ଚମ୍ପିୟାନ ହୋଇଥିଲେ ପ୍ରଶାନ୍ତ ପାତ୍ର ଓ ବିବେକ ତିୱାରୱାଲ, ରନର୍ସଅପ ହୋଇଥିଲେ ଶ୍ୱାସତ ଜେନା ଓ ହିମାଦ୍ରୀ କାନୁନଗୋ, ତୃତୀୟ ସ୍ଥାନରେ ରହିଥିଲେ ଡ. ବିଶ୍ୱଜିତ ମିଶ୍ର ଓ ଝେଡେଶ୍ୱର ଦାଶ ଏବଂ ରବି ନାରାୟଣ ସେନାପତି ଓ ପ୍ରଭା ରଞ୍ଜନ ମଲ୍ଲିକ ଯୋଡି । ଚମ୍ପିୟାନ ଓ ରନର୍ସ ଅପମାନଙ୍କୁ ଆୟୋଜକମାନଙ୍କୁ ସିଲଡ ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅର୍ନ୍ତଜାତୀୟ ଭାରୋତ୍ତୋଳନକାରୀ କେ. ରବି କୁମାର ଯୋଗଦେଇ ଚମ୍ପିୟାନମନକୁ ସିଲଡ ସହ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଟେନିସ ଆସୋସିଏସନ ସଭାପତି ରାଜୀବ ଲୋଚନ ମିଶ୍ର, କାର୍ଯ୍ୟକାରୀ ସଂପାଦକ ଉମା ଶଙ୍କର ପାଢ଼ୀ, ଉପସଭାପତି ଇଂ.ବି.କେ. ରାଓ, ଯୁଗ୍ମ ସଂପାଦକ ରାଜେଶ ସାହୁ, କୋଷାଧ୍ୟକ୍ଷ ସି.ଏଚ. ଶିବାଜୀ ପାତ୍ର, ଭେଟେରାନ ଖେଳାଳୀ ଅର୍ଜୁନ ସ୍ୱାଇଁ, ଶରତ ପାଣିଗ୍ରାହୀ, ଅବଦୁଲ ସତାର, ରଞ୍ଜିତ ପଣ୍ଡା, ବାଳକୃଷ୍ଣ ସାହୁ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ଜାତୀୟ ରେଫେରୀ ଯତୀନ ବୈଶ୍ୟ ସମସ୍ତ ମ୍ୟାଚ ପରିଚାଳନା କରିଥିଲେ । ଏହି ପ୍ରତିଯୋଗୀତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଭେଟେରାନ ଖେଳାଳୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା