ସିନିୟର ସିଟିଜେନ ଫୋରମ୍ ର ମାସିକ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମଜିଲ୍ଲା ବିଜୁ ପଟ୍ଟନାୟକ ସିନିୟର ସିଟିଜେନ ଫୋରମ୍ ର ମାସିକ ବୈଠକ ସ୍ଥାନୀୟ ଉତ୍କଳ ଆଶ୍ରମ ସଭା ଗୃହରେ ରାସବିହାରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
ଫୋରମ୍ ର ବରିଷ୍ଠ ସଦସ୍ୟ ସାମ୍ବାଦିକ ରବି ରଥ ଅତିଥି ଭାବରେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଓ ସମାଧାନ ଉପରେ ବୁଝାଇଥିଲେ । ସାଧାରଣ ସଂପାଦକ ସୀମାଞ୍ଚଳ ପ୍ରସାଦ ବିଷୋୟୀ ଗତ ମାସର ବିବରଣୀ ପାଠ କରି ଗୃହିତ କରିଥିଲେ । କଷାଧ୍ୟକ୍ଷ ଭିଷ୍ମଚାର୍ଯ୍ୟ ଚୌଧୁରୀ ଗତ ମାସର ଆୟ ବ୍ୟୟ ଉପସ୍ଥାପନା କରି ମଞ୍ଜୁର କରାଇଥିଲେ । ସଭାପତି ଶ୍ରୀ ଦାସ ଜିଲ୍ଲାପାଳ ଓ ମୁଖ୍ୟମନ୍ତୀଙ୍କୁ ସ୍ମାରକ ପତ୍ର ଦେବା ସତ୍ତ୍ଵେ ଘର କିମ୍ବା ଜମି ମିଳୁ ନ ଥିବାରୁ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ସଭାରେ ସଦସ୍ୟମାନଙ୍କୁ ପ୍ରଦାନ କରିବା ପାଇଁ ଏସପିଙ୍କୁ ସାକ୍ଷାତ କରିବାକୁ ସ୍ଥିର କରାଯାଇଛି । ତୀର୍ଥଯାତ୍ରା ପାଇଁ ଆବେଦନ ପତ୍ର ନିଆଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାରିଖ ଘୋଷଣା ହୋଇ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଡ ବାଣ୍ଟିବା ପାଇଁ ଆଦେଶ ନାମା ଆସି ନ ଥିବାରୁ ତୁରନ୍ତ କାର୍ଯ୍ୟକାରି କରିବା ପାଇଁ ଦାବି କରାଯାଇଛି । ବରିଷ୍ଠ ନାଗରିକମାନଙ୍କ ଭର୍ତ୍ତା ୩୦୦ ଟଙ୍କାରୁ ହଜାରେ ଟଙ୍କା ଦେବା ପାଇଁ ପୁନରାୟ ଦାବୀ କରାଯାଇଛି । ନଭେମ୍ୱର ମାସରେ ଜନ୍ମ ଗ୍ରହଣ କରିଥିବା ବରିଷ୍ଠ ନାଗରିକମାନଙ୍କୁ ଜନ୍ମଦିନ ଅଙ୍ଗବସ୍ତ୍ର ପୁଷ୍ପଗୁଚ୍ଛ ଓ ଅଭିନନ୍ଦନ ପତ୍ର ବଣ୍ଟନ କରି ସମ୍ମାନିତ କରାଯାଇଥିଲା । ବିଭିନ୍ନ ବିଷୟରେ ଆଲୋଚନା  ହେବା ପରେ ଉପସଭାପତି ପ୍ରଭାକର ସାହୁ ଧନ୍ୟବାଦ ଅର୍ପଣ କରି ସଭାକୁ ସମାପ୍ତ କରିଥିଲେ । ଏହି ବୈଠକରେ ଶ୍ରୀରାମ ପଟ୍ଟନାୟକ, କେ. ଅର୍ଥସଚିବ ପାତ୍ର, ଡ. ଦମ୍ବୁରୁ ଧାରା ସାହୁ, ଯୁଗଳ ଚନ୍ଦ୍ର ଚୌଧୁରୀ, ନିରଞ୍ଜନ ମହାନ୍ତି, ପ୍ରମୋଦ ଚନ୍ଦ୍ର ସାହୁ, ଡି. ଆପା ରାଓ, ପୂର୍ଣ୍ଣଚନ୍ଦ୍ର ମହାରଣା, ପ୍ରତାପ ଚନ୍ଦ୍ର ମହାରଣା, ରବି ମହାରଣା, ଜୟନ୍ତ ଲାଲ ନରସୁ ଚୌହନୀ, ଦଣ୍ଡପାଣି ପାଣିଗ୍ରାହୀ, ରାମନାଥ ପଣ୍ଡା, ରମେଶ ଚନ୍ଦ୍ର ପ୍ରଧାନ, ନରସିଂହ ପାଢ଼ୀ, ମନ୍ମତ ପାଢ଼ୀ, ଇ. କେବି ପାତ୍ର, ପ୍ରଶାନ୍ତ କୁମାର ମହାପାତ୍ର, ଜୀବନା ନଡ଼ା ମହାରଣା, ସୂର୍ଯ୍ୟକାନ୍ତ ପତ୍ର, ବିଶ୍ୱନାଥ ଚୌଧୁରୀ, ବାସୁଦେବ ମହାରଣା ସମେତ ବୋହୁ ବରିଷ୍ଠ ନାଗରିକମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା