
ଛତ୍ରପୁର:ଛତ୍ରପୁର ନିକଟସ୍ଥ ବଡପୁଟି ଗ୍ରାମନିବସୀ ସ୍ବର୍ଗତ ଡମ୍ବରୁ ଧର ସାହୁ ଓ ଶକନ୍ତୁଳା ସାହୁଙ୍କ ଜ୍ୟେଷ୍ଠ ପୁତ୍ର ତ୍ରିପତି ସାହୁ ଓଲିଉଡ଼ରେ ପଛକୁ ପଛ ଅନେକ ସିନେମା ଓ ଧାରାବାହିକରେ ନିଜ ନିର୍ଦ୍ଦେଶନାର ଯାଦୁ ଦେଖେଇ ଇତିହାସ ରଚିଛନ୍ତି । “ଦିଲ୍ ରେ ଅଛି ତୋରି ନା, ଲାଇଫ୍ ରେ କିଛି ବି ହେଇପାରେ,” ତୁ ସେଇ ନୀଳୟନୟନା, love impossible, ଧୋକା, ଆକାଶବାଣୀ ପରି ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ସେଥି ମଧ୍ୟରୁ କିଛି ଚଳଚ୍ଚିତ୍ର ମୁକ୍ତି ଲାଭ କରିଛି ! ଆଉ କିଛି ମୁକ୍ତି ଲାଭ କରିବାକୁ ଯାଉଛି। ସେପରି ଷ୍ଟାର କୀରଣ ରେ ପ୍ରସାରିତ ଧାରାବାହିକ “କିଏ ପର କିଏ ଆପଣାର” ମଧ୍ୟ ସେ ନିର୍ଦ୍ଦେଶନା ଦେଉଥିଲେ। ଗତ କାଲି ( ୧୨.୦୫.୨୩) ଉତ୍କଳ ମଣ୍ଡପରେ ଆୟୋଜିତ ଫାଇଭ ଷ୍ଟାର ଫିଲ୍ମ ଓ OTT ପୁରସ୍କାର ବିତରଣ କାର୍ଯକ୍ରମ ରେ ତ୍ରିପତି ସାହୁଙ୍କୁ ଶ୍ରେଷ୍ଠ ଉଦୟମାନ ନିର୍ଦ୍ଦେଶକ ( BEST EMERGING DIRECTOR) ପୁ ରସ୍କାର ରେ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମ ରେ ବଲିଉଡ଼ ଅନିନେତା ଅଫତବ୍ ଶିବଦଶାନି ତ୍ରିପତି ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।।
ରିପୋର୍ଟ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
