
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସିପିଆଇର ଆଞ୍ଚଳିକ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଦେଶରେ କୃଷକ ଓ ଶ୍ରମିକଙ୍କ ସମସ୍ୟା ସାଙ୍ଘାତିକ ରୂପ ଧାରଣ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରଣୟନ ଯୋଗୁଁ ଚାଷୀ ଖାଉଟି ହନ୍ତସନ୍ତ ହେବାରେ ଲାଗିଲେଣି । କର୍ପୋରେଟ ଫାଂର୍ମିଙ୍ଗ ଆଇନ ପ୍ରଚଳନ ହେଲେ ଫସଲ ଓ ଜମିରେ ଚାଷୀର ହକ ରହିବନାହିଁ । ଏଣୁ ତୃଣମୁଳ ସ୍ତରରୁ ଜନବିରୋଧୀ କୃଷକ ଶ୍ରମିକ ବିରୋଧୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳା ଆଇନ ବିରୋଧରେ ଗଣ ସଂଗ୍ରାମ ପାଇଁ ଭାରତୀୟ କମ୍ମ୍ୟୁନିଷ୍ଟ ପାର୍ଟି ସିପିଆଇ ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ବୈଠକରେ ଆହ୍ୱାନ ଦିଆଯାଇଛି । ମହାନ ଅକ୍ଟୋବର ବିପ୍ଳବର ଶତବାର୍ଷିକୀ ପାଳନ ଅବସରରେ ଆଜି ବ୍ଲକ ସଦର ମହାନଳା ଗ୍ରାମ ଠାକୁରାଣୀ ମନ୍ଦିର ପରିସରରେ ସାଥୀ ବିନାୟକ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପରିଷଦ ବୈଠକରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ଏଆଇୱାଇଏଫ ଜିଲ୍ଲା ସଭାପତି କାମଦେବ ନାୟକ ପ୍ରମୁଖ ଯୋଗଦେଇ ଦେଶ ଓ ରାଜ୍ୟର ସାମ୍ପ୍ରତିକ ସମସ୍ୟା ସମ୍ପର୍କରେ ଆଲୋକପାତ କରିବା ସହ ପାର୍ଟିର ଶାଖା ସମ୍ମିଳନୀ ପଞ୍ଚାୟତ ସ୍ତରୀୟ କର୍ମୀ ସମାବେଶର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲା । ଏହାସହ ସାନଖେମୁଣ୍ଡି ଅଞ୍ଚଳର ଜନସମସ୍ୟା ସହ ଦଳୀୟ ସାଙ୍ଗଠନିକ ସ୍ଥିତି ଓ ସମସ୍ୟା ନେଇ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଜୋନ ସମ୍ପାଦକ କୈଳାଶ ପାତ୍ର, ଅନନ୍ତ ମହାଙ୍କୁଡ, ସୁଶାନ୍ତ ସ୍ୱାଇଁ, ଗୌରଚନ୍ଦ୍ର ପାତ୍ର, ଏ କ୍ରିଷ୍ଣାମୂର୍ତ୍ତି ପାତ୍ର, ଏ ନରେନ୍ଦ୍ର ରେଡି, ଅଭିରାମ ପଟନାୟକ, ଭାସ୍କର ମହାରଣା, କଂଗ୍ରେସ ଗୌଡ଼, ଦେବରାଜ ଗୌଡ଼, ନାରାୟଣ ନାହାକ ବୃନ୍ଦାବନ ମହାଙ୍କୁଡ, ରବୀନ୍ଦ୍ର ପ୍ରଧାନ, ପ୍ରମୋଦ ନାୟକ, ବି ହାଡ଼ିଆ ରାଓ, ଉଦୟନାଥ ମଳିକ, ସନ୍ତୋଷ ସ୍ୱାଇଁ, ଜି ସନ୍ତୋଷ କୁମାର ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା