ସିବିଆଇ ବି ଦୁର୍ନୀତି ଗ୍ରସ୍ତ,କାହାକୁ କରିବା ଭରସା : ମାଂସ ବ୍ୟବସାୟୀଙ୍କଠୁଁ ଲାଞ୍ଚନେଇ ଧାରାପଡ଼ିଲେ ୩ ସିବିଆଇ ମୁଖ୍ୟ…

ଦ୍ଵୟସ ବିବାଦେ ତୃତୀୟ ସଚ୍ଚା ପୋଲିସ ଅଫିସର ନାଗେଶ୍ୱର ରାଓ ପାଇଲେ ସିବିଆଇ ମୁଖ୍ୟ:ଫୋଟ ମଝିରେ ଅଛନ୍ତି ସେହି ଓଡ଼ିଆ କ୍ୟାଡର ଆଇପିଏସ ଅଫିସର ନାଗେଶ୍ୱର ରାଓ। ତାଙ୍କ ଘର ଆନ୍ଧ୍ର ପ୍ରଦେଶର ୱାରଙ୍ଗଲ ଜିଲ୍ଳା।  ସେ ଓଡିଶା ରେ  ବିଭିନ୍ନ ପଦପଦବୀରେ ରହି  ପ୍ରଶଂସିତ ହୋଇଥିଲେ    

ନୂଆଦିଲ୍ଲୀ(ସୁଧାଂଶୁ ଶେଖର )ସିବିଆଇ ବି ଦୁର୍ନୀତି ଗ୍ରସ୍ତ,କାହାକୁ କରିବା ଭରସା, ଜଣେ  ମାଂସ ବ୍ୟବସାୟୀଙ୍କଠୁଁ ଲାଞ୍ଚନେଇ ଧାରାପଡ଼ିଲେ ୩ ସିବିଆଇ ମୁଖ୍ୟ। ସାରା ଦେଶରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । ସିବିଆଇ ନିର୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦେଶକ ରାକେଶ ଅସ୍ଥାନାଙ୍କ ମଧ୍ୟରେ ବିବାଦ ହେବାର ବର୍ଷକ ପରେ ଉଭୟଙ୍କୁ ଛୁଟିରେ ପଠାଯାଇ ଦିଆଯାଇଛି। ଏହି ବିବାଦର କାରଣ ସାଜିଥିବା ଅସଲ ଲୋକଜଣକ ହେଉଛନ୍ତି ଜଣେ ମାଂସ ରପ୍ତାନିକାରୀ- ମୋଇନ୍‌ ଅଖତାର୍‌ କୁରେଶି ବୋଲି ଗଣ ମାଧ୍ୟମରେ ଘୁରିବୁଲୁଛି । ପୁଣୀ ସେ ମଧ୍ୟ ଅନ୍ୟ ଦୁଇ ସିବିଆଇ ମୁଖ୍ୟ ଏପି ସିଂହ ଏବଂ ରଞ୍ଜିତ ସିହ୍ନାଙ୍କ ପତ୍ତନର କାରଣ ହୋଇଛି ।ଟିକସ ଫାଙ୍କି ଠାରୁ ଆରମ୍ଭ କରି କଳାଟଙ୍କା ଧଳା କରିବା ଏବଂ ଦୁର୍ନୀତି ଆଦି ଅନେକ ତଦନ୍ତ ମାମଲାରେ ସମ୍ମୁଖୀନ କାନପୁରର କୋଟିପତି ମାଂସ ରପ୍ତାନିକାରୀ ହେଉଛନ୍ତି ଏହି ବ୍ୟକ୍ତି ।ଏ ଭଳି ବଡବଡିଆଙ୍କ ବାହୁ ଛାୟା ତଳେ ରହି ସେ ଆଜି କୋଟିଆତି ପତି ବନିଛନ୍ତି।ସେ ହାଓ୍ଵଲା କାରବାର ଜରିଆରେ ବିପୁଳ ଅର୍ଥ ବ୍ୟୟ କରିବା ସହ ସିବିଆଇ ଅଧିକାରୀ ଏବଂ ରାଜନେତାମାନଙ୍କୁ ଅକ୍ତିଆର କରିବାକୁ ଅନ୍ୟାନ୍ୟ ବାଟ ଅବଲମ୍ବନ କରୁଥିଲେ ବିଭିନ୍ନ ଗଣ ମାଧ୍ୟମରୁ ଖବର ଆସୁଛି ।୧୫ ମାସ ମଧ୍ୟରେ ସେ ତତ୍‌କାଳୀନ ସିବିଆଇ ମୁଖ୍ୟ ରଞ୍ଜିତ ସିହ୍ନାଙ୍କ ଘରକୁ ଅନ୍ୟୂନ ୭୦ ଥର ଯାଇଥିବା କାରଣରୁ ପ୍ରଥମେ ତାଙ୍କ ନାମ ଲୋକ ଲୋଚନକୁ ଆସିଥିଲା। ସମ୍ପ୍ରତି ବର୍ମା ଏବଂ ଅସ୍ଥାନାଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ମଝିରେ ବାହାରି ଥିବା ହାଇଦ୍ରାବଦର ବ୍ୟବସାୟୀ ସତୀଶ ବାବୁ ସାନା ପ୍ରବର୍ତ୍ତନ ନିର୍ଦେଶାଳୟକୁ କହିଛନ୍ତି କି, ସିହ୍ନାଙ୍କ ଜରିଆରେ ଏକ ସିବିଆଇ ମାମଲାରେ ତାଙ୍କ ବନ୍ଧୁଙ୍କ ଜାମିନ ନିମନ୍ତେ ଗତବର୍ଷ ସେ କୁରେଶିଙ୍କୁ ୧ କୋଟି ଟଙ୍କା ଦେଇଛନ୍ତି।ଅଭିଯୁକ୍ତ ବ୍ୟକ୍ତି ବା ସନ୍ଦିଗ୍ଧଙ୍କ ସହ ସାକ୍ଷାତ୍‌ କରିଥିବାରୁ ସିହ୍ନାଙ୍କ ଉପରେ ସୁପ୍ରିମ୍‌ କୋର୍ଟ ଜୋର୍‌ଦାର ଚାପ ପକାଇବାରୁ ସେ ସିବିଆଇ ନଜରକୁ ଆସିଲେ। ସିହ୍ନାଙ୍କ ବିରୋଧରେ ଅଭିଯୋଗ ସବୁ ସିବିଆଇରେ ସଂସ୍କାର ବ୍ୟବସ୍ଥାକୁ ପୁଣି ଜାଗରୁକ କରିବା ସହ ତା’ର କାର୍ଯ୍ୟକଳାପ ପ୍ରତି ଅଧିକ ଧ୍ୟାନ ଦିଆଇଲା।  ସିବିଆଇର ମୁଖ୍ୟ  ସିହ୍ନା ଥରକୁ ଥର ଅଭିଯୋଗକୁ ଅସ୍ୱୀକାର କଲେ।ପରେ ୨୦୧୪ରେ ଜଣାପଡ଼ିଲା ଯେ କୁରେଶି ଅନ୍ୟତମ ସିବିଆଇ ନିର୍ଦେଶକ ଏ ପି ସିହ୍ନାଙ୍କ ସହ ମେସେଜ୍‌ ଆଦାନ ପ୍ରଦାନ କରିଛନ୍ତି। ଆୟକର ବିଭାଗ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ପ୍ରଥମେ ମାମଲାର ତଦନ୍ତ କଲେ। କୁରେଶିଙ୍କ ସହ ତାଙ୍କର ସମ୍ପୃକ୍ତିର ତଦନ୍ତ କରିବାକୁ ଗତବର୍ଷ ଫେବ୍ରୁଆରି ମାସରେ ସିବିଆଇ ମଧ୍ୟ ସିହ୍ନାଙ୍କ ବିରୋଧରେ ମାମଲା ରେଜିଷ୍ଟ୍ରି କଲା।ଅଭିଯୋଗ ଯୋଗୁଁ ସିହ୍ନା କେନ୍ଦ୍ରୀୟ ଲୋକସେବା ଆୟୋଗର ସଦସ୍ୟ ପଦରୁ ଇସ୍ତଫା ଦେଲେ। ତାଙ୍କ ବିରୋଧରେ ଉଠିଥିବା ସମସ୍ତ ଅଭିଯୋଗକୁ ମଧ୍ୟ ସିହ୍ନା ଅସ୍ୱୀକାର କରି କହିଲେ ଯେ , ସିବିଆଇ ତାଙ୍କ ସହ ସେ ଯାଏଁ ଯୋଗାଯୋଗ କରି ନାହିଁ।କୁରେଶିଙ୍କ ତଦନ୍ତ ଯୋଗୁଁ ଏବେ ଆଲୋକ ବର୍ମା ଚାକିରି ହରାଇଲେ। ଅସ୍ଥାନା ଅଭିଯୋଗ କରିଛନ୍ତି ଯେ ବର୍ମା ସାନାଙ୍କ ଠାରୁ ୨ କୋଟି ଟଙ୍କା ହାତଗୁଞ୍ଜା ନେଇଛନ୍ତି। ଗତ ସପ୍ତାହରେ ବର୍ମା ପାଲଟା ଏତଲା ଦେଲେ ଯେ , ଅସ୍ଥାନା ମଧ୍ୟ ସାନାଙ୍କ ଠାରୁ ୩ କୋଟି ଟଙ୍କା ହାତଗୁଞ୍ଜା ନେଇଛନ୍ତି।୧୯୯୩ ମସିହାରେ ଉତ୍ତର ପ୍ରଦେଶର ରାମପୁର ଠାରେ ଛୋଟିଆ କଂସେଇଖାନା ଖୋଲିଥିବା କୁରେଶି ଭାରତର ସବୁଠୁ ବଡ଼ ମାଂସ ରପ୍ତାନିକାରୀ ହୋଇପାରିଛନ୍ତି। ଗତ ୨୫ ବର୍ଷ ମଧ୍ୟରେ କନ୍‌ଷ୍ଟ୍ରକ୍‌ସନ୍‌ ଓ ଫେସନ୍‌ ସମେତ ସେ ୨୫ଟି  କମ୍ପାନି ଖୋଲି ଏକ ବଡ଼ ବ୍ୟବସାୟୀ ହୋଇପାରିଛନ୍ତି । ତେବେ ଏଭଳି  ଦୁର୍ନୀତି ହେଲେ ସିବିଆଇରେ ସାଧାରଣ ଜନତା କାହାକୁ ବିଶ୍ୱାସ କରିବେ ।