ସିବିଏସଇ ପରୀକ୍ଷାରେ ଛାତ୍ରୀ ସାନିଆ ଛାଟେଇଙ୍କ ସଫଳତା

ଗଂଜାମ(ସମୃଦ୍ଧଓଡିଶା )କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିବା ବେଳେ ତନ୍ମଧ୍ୟରୁ ଗଂଜାମ ବ୍ଲକ୍ ଅନ୍ତର୍ଗତ ଶତୃସୋଲ ଠାରେ ଅବସ୍ଥାପିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର (ସିବିଏସ୍‌ଇ) ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଏହି ଶିକ୍ଷାନୁଷ୍ଠାନର ପାଖାପାଖି ପାସ ହାର ୯୫.୬% ରହିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଶତୃସୋଲ ଅଧ୍ୟୟନରତ ଛାତ୍ରୀ ସାନିଆ ଛାଟେଇ ସର୍ବାଧିକ ନମ୍ବର ୯୫.୪% ରଖି ବିଦ୍ୟାଳୟର ଦ୍ଵିତୀୟ ସ୍ଥାନ ହାସଲ କରିଛନ୍ତି । ମେଧାବୀ ଛାତ୍ରୀ ଜଣକ ହେଉଛନ୍ତି ଗଂଜାମ ସହର ବାସିନ୍ଦା ବିଶିଷ୍ଟ ବ୍ୟବସାୟୀ ସିମାଞ୍ଚଳ ଛାଟେଇ ଏବଂ ପପିନା ଛାଟେଇଙ୍କ ଜେଷ୍ଠ କନ୍ୟା । ତାଙ୍କର ଏହି କୃତିତ୍ୱ ପାଇଁ ଅଭିଭାବକ ଗଣ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ତାଙ୍କର ଟିଉସନ୍‌ ଗୁରୁଜୀଙ୍କୁ ସାଧୁବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି । ସାନିଆଙ୍କ ଏହି କୃତିତ୍ୱ ପାଇଁ ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ରିପୋର୍ଟ ; ନିମାଇଁ ପଣ୍ଡା