

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବା ସିଲକସିଟି ନାମକ ଏକ ଘରୋଇ ଯାତ୍ରୀବାହୀ ବସଟି ଅଗସ୍ତି ନୂଆଗାଁ ନିକଟସ୍ଥ ଟାଟା ସୋ ରୁମ ନିକଟରେ ଟ୍ରକକୁ ଓଭର ଟେକ କରୁଥିବା ସମୟରେ ଟ୍ରକକୁ ପଛପଟୁ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ବସରେ ଥିବା ଯାତ୍ରୀମାନଙ୍କୁ ମଧ୍ୟରୁ ଜଣେ ଗୁରୁତର ଥିବାବେଳେ ଆଉ ୧୦ଜଣ ଆହତ ହୋଇଛନ୍ତି । ଅନ୍ୟ ସମସ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏହାସହ ଆହତଙ୍କୁ ଗଞ୍ଜାମ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଇଥିବା ବେଳେ ଗୁରୁତରଙ୍କୁ ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା



