ସିଲେଇ ତାଲିମ ଶିବିର ଉଦଯାପିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତ ସରକାରଙ୍କ ନେହୁରୁ ଯୁବ କେନ୍ଦ୍ର ଆନୁକୁଲ୍ୟରେ ଛତ୍ରପୁର ଠାରେ ଆୟୋଜିତ ହୋଇଥିବା ମହିଳାମାନଙ୍କ ନିମନ୍ତେ ସିଲେଇ ତାଲିମ ଶିବିର ସମାପନ ହୋଇ ଆଜି ଉଦଯାପିତ ହୋଇଯାଇଛି । ଗତବର୍ଷ ନଭେମ୍ବର ମାସ ଶିଶୁ ଦିବସ ଅବସରରେ ଆରମ୍ଭ ହୋଇଥିଲା ଏହି ତାଲିମ ଶିବିର । ଏହା ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆଇନଜୀବୀ ତଥା ଗଞ୍ଜାମ ଜିଲ୍ଲା ଶିଶୁ କଲ୍ୟାଣ ସମିତି ସଦସ୍ୟ ସିଏଚ ଜ୍ୟୋତି ଯୋଗଦେଇ ମହିଳା ମାନେ ଆତ୍ମନିର୍ଭରଶୀଳ ନିମନ୍ତେ ସିଲେଇ ତାଲିମ ନିଶ୍ଚୟ ସହାୟକ ହେବ କିନ୍ତୁ ମହିଳାମାନେ ନିଜକୁ ଦୁର୍ବଳ ମନେ ନ କରି ଆଗକୁ ବଢିବା ଆବଶ୍ୟକ ବୋଲି କହିଛନ୍ତି । ଅନ୍ୟତମ ସମ୍ମାନନୀୟ ଅତିଥି ରୂପେ ଛତ୍ରପୁର ଏନଏସି ଗୋଷ୍ଠୀ ସଙ୍ଗଠିକା କବିତା ରାଣୀ ଦାଶ ଏବଂ ଅରୁଣ ଶତପଥୀ ଯୋଗଦେଇ ମହିଳା କଲ୍ୟାଣର ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋକପାତ କରାଇଛନ୍ତି । ଏଥିରେ ୩୫ ଜଣ ମହିଳାଙ୍କୁ ସିଲେଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି ଶିବିରକୁ ପରିଚାଳନା କରିଥିଲେ ଅନୁସୂୟା ପ୍ରଧାନ, ଦୀପାରାଣୀ ବେହେରା, ମିତାରାଣୀ ବେହେରା, ଦୀପ୍ତି ନାୟକ ଏବଂ ରଜତ ଖାଡ଼ଙ୍ଗା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ଯୁବ ବର୍ଗର ଓ ଆର୍ଥିକ ଅନୁନ୍ନତ ଥିବା ଇଚ୍ଛା ହିଁ ହିତାଧିକାରୀଙ୍କୁ ଆତ୍ମନିର୍ଭରଶୀଳ ନିମନ୍ତେ ବିଭିନ୍ନ ତାଲିମ ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା